କ୍ରିକେଟ୍‌ରୁ ଅବସର ନେଲେ ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା

Advertisment
କ୍ରିକେଟ୍‌ରୁ ଅବସର ନେଲେ ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା

କଟକ: ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା ସୋମବାର ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ନିଜ ଅବସର ନେଇ ସେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି। ସୂଚନାଯୋଗ୍ୟ ନଟରାଜ ବେହେରା ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୦୩୧ ରନ୍‌ କରିଛନ୍ତି।

କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ପରେ ନଟରାଜ ବେହେରା ଗଣମାଧ୍ୟମକୁ କହିଛନ୍ତି ମୋ ଅବସର ପରେ ଯୁବପୀଢ଼ିଙ୍କୁ ସୁଯୋଗ ମିଳିବ। ସେଥିପାଇଁ ଅବସର ନେଇଛି।

ନଟରାଜଙ୍କ ଗୋଟିଏ ଦିନ ପୂର୍ବରୁ ରବିବାର ହଳଧର ଦାସ ଅବସର ଘୋଷଣା କରିଥିଲେ। ହଳଧର ଦାସ ୨୦୦୬ ରୁ ୨୦୦୯ ଯାଏ ଓଡ଼ିଶା ରଣଜୀ ଦଳର ସଦସ୍ୟ ଥିଲେ। ବର୍ଷ ୨୦୦୮ରେ ରଣଜୀ କ୍ରିକେଟ ଦଳର ଅଧିନାୟକ ହୋଇଥିଲେ। ସେ ମୋଟ ୪୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୮୩୫ ରନ୍‌ କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହାଇଦ୍ରାବାଦ ଡେକାନ ଚାର୍ଜର୍ସ ଟିମ୍‌ରେ ମଧ୍ୟ ହଳଧର ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe