ଅନ୍ତର୍ଜାତୀୟ ହକି ମହାସ˚ଘ ପକ୍ଷରୁ ନବୀନଙ୍କୁ ଏଫ୍‌ଆଇଏଚ୍‌ ପୁରସ୍କାର

ଅନ୍ତର୍ଜାତୀୟ ହକି ମହାସ˚ଘ ପକ୍ଷରୁ ନବୀନଙ୍କୁ ଏଫ୍‌ଆଇଏଚ୍‌ ପୁରସ୍କାର

ଭୁବନେଶ୍ବର: ହକି ବିକାଶରେ ଅତୁଳନୀୟ ଅବଦାନ ଲାଗି ଅନ୍ତର୍ଜାତୀୟ ହକି ମହାସ˚ଘ (ଏଫଆଇଏଚ୍‌) ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ପ୍ରଦାନ କରିଛି। ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା ଭାରତ-ଆମେରିକା ମହିଳା ମ୍ୟାଚ୍‌ ପରେ ତାଙ୍କୁ ଏକ ସ୍ବଣ୍ଣ ଅଳଂକାର ପ୍ରଦାନ କରିଥିଲେ। ଭାରତ ଏବ˚ ଭାରତ ବାହାରେ ହକି ପ୍ରଚାର ପ୍ରସାର ପାଇଁ ଗତବର୍ଷ ନୂଆଦିଲ୍ଳୀରେ ଅନୁଷ୍ଠିତ ଏଫଆଇଏଚ୍‌ କ˚ଗ୍ରେସ୍‌ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପାଇଁ ବଛା ଯାଇଥିଲା। ବାତ୍ରା ଏହି ଅବସରରେ ଓଡ଼ିଶା ଦେଶର କ୍ରୀଡ଼ା ବିକାଶ ଲାଗି ତୁଲାଉଥିବା ଅଗ୍ରଣୀ ଭୂମିକା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ।

ମ୍ୟାଚ୍‌ ଦେଖିଲେ
ଭାରତ-ଆମେରିକା ମହିଳା ମ୍ୟାଚ୍‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ସମୟ ମ୍ୟାଚ୍‌ ଦେଖିଥିଲେ। ଭାରତ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ବେଳେ ପଡ଼ିଆ ଭିତରକୁ ଯାଇ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସେହିଭଳି ଭରତୀୟ ମହିଳା ଦଳର ଖେଳାଳିମାନେ ମଧୢ ତାଙ୍କ ପାଖକୁ ଯାଇ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ପଡ଼ିଆ ଭିତରକୁ ଗଲା ବେଳେ ଷ୍ଟାଡିୟମ୍‌ ଦର୍ଶକ ଖୁସିରେ ଫାଟି ପଡ଼ିଥିଲେ। ସେମାନେ ଏକାଠି କରତାଳି ଦେଇ ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଟିକେଟ ହାସଲ କରିଥିବାରୁ ସେ ଦଳପାଇଁ ଶୁଭଙ୍କର ବୋଲି ଅନେକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe