ସ୍ବତନ୍ତ୍ର ଉନ୍ନୟନ ପରିଷଦ ଫୁଟ୍‌ବଲ୍‌ କପ୍‌, ଜ୍ୟାକେଟ୍‌, ମାସ୍କଟ୍‌ ଲୋକାର୍ପିତ

Advertisment
ସ୍ବତନ୍ତ୍ର ଉନ୍ନୟନ ପରିଷଦ ଫୁଟ୍‌ବଲ୍‌ କପ୍‌, ଜ୍ୟାକେଟ୍‌, ମାସ୍କଟ୍‌ ଲୋକାର୍ପିତ

ଭୁବନେଶ୍ବର : ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଫୁଟ୍‌ବଲ୍‌-୨୦୨୦ କପ୍‌, ଜ୍ୟା‌େକଟ୍‌ ଓ ମାସ୍କଟ୍‌ ଆଜି ଲୋକାର୍ପିତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ।

ରାଜ୍ୟର ୯ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁ୍ଟ୍‌ବଲ୍‌ ଦଳ ମଧ୍ୟରେ ଫେବ୍ରୁ୍ଆରି ୧୪ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ଚାଲୁ ରହିଛି। ଏଥିରେ ରାଜ୍ୟର ୬ ହଜାର ଜନଜାତି ପିଲା ଅଂଶଗ୍ରହଣ କରିଛନ୍ତି। ମାର୍ଚ୍ଚ ୫ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଫାଇନାଲ୍‌ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ମାସ୍କଟ୍‌ ଭାବେ ଗୁଣ୍ଡୁଚି ମୂଷାକୁ ଚୟନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିସନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe