ଝଗଡ଼ା ପରଠାରୁ ପଡ଼ିଆକୁ ଗ‌ଲେ ‘କୋହଲି କୋହଲି’ ବୋଲି ଚିଲାନ୍ତି ପ୍ରଶଂସକ; ଉପଭୋଗ କରନ୍ତି ବୋଲି କହିଲେ ନବୀନ ଉଲ୍‌ ହକ୍‌

Advertisment
ଝଗଡ଼ା ପରଠାରୁ ପଡ଼ିଆକୁ ଗ‌ଲେ ‘କୋହଲି କୋହଲି’ ବୋଲି ଚିଲାନ୍ତି ପ୍ରଶଂସକ; ଉପଭୋଗ କରନ୍ତି ବୋଲି କହିଲେ ନବୀନ ଉଲ୍‌ ହକ୍‌

ମୁମ୍ବାଇ: ନିକଟ ଅତୀତରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଓ ଆଫଗାନିସ୍ତାନର କ୍ରିକେଟର୍‌ ନବୀନ ଉଲ୍‌ ହକ୍‌ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଲକ୍ଷ୍ନୌର ବ୍ୟାଟିଂ ବେଳେ ନବୀନ ଉଲ୍‌ ହକ୍‌ଙ୍କ ସହିତ କୋହଲିଙ୍କ ବଚସା ହୋଇଥିଲା।

ନିକଟରେ ନବୀନ ଉଲ୍‌ ହକ୍‌ ବିରାଟ କୋହଲିଙ୍କୁ ନେଇ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ନିକଟରେ କହିଛନ୍ତି ଯେ ପ୍ରଶଂସକମାନେ କୋହଲି କୋହଲି ଚିଲାଇବା ବେଳେ ତାଙ୍କୁ ମଜା ଲାଗିଥାଏ। କଥାଟି ଏପରି, ଯେବେଠାରୁ କୋହଲିଙ୍କ ସହ ନବୀନ ଉଲ୍‌ ହକ୍‌ଙ୍କର ଝଗଡ଼ା ହୋଇଛି ସେବେଠାରୁ ସେ ପଡ଼ିଆକୁ ଗଲେ ବିରାଟଙ୍କ ପ୍ରଶଂସକ କୋହଲି କୋହଲି କହି ତାଙ୍କୁ ଚିଡ଼େଇବାକୁ ଚେ‌ଷ୍ଟା କରିଥାନ୍ତି। ଏବେ ଏହି କଥାକୁ ନେଇ ନିଜର ମତ ରଖିଛନ୍ତି ନବୀନ ଉଲ୍‌ ହକ୍‌। ସେ ଚିଡ଼ିବା ବଦଳରେ ପ୍ରଶଂସକଙ୍କ ଏହି ଆଚରଣକୁ ଉପଭୋଗ କରନ୍ତି ବୋଲି କହିଛନ୍ତି।

ଯେଉଁ ମ୍ୟାଚରେ ସେମାନଙ୍କର ଝଗଡ଼ା ହୋଇଥିଲା ସେ ମ୍ୟାଚ୍‌ ଶେଷ ହେବା ପରେ ଯେତେବେଳେ ଦୁଇ ଦଳର ଖେଳାଳିମାନେ ପରସ୍ପର ସହ ହାତ ମିଳାଉଥିଲେ, ସେତେବେଳେ କୋହଲିଙ୍କ ହାତକୁ ଗମ୍ଭୀର ଛିଞ୍ଚାଡି ଦେଇଥିବା ଭଳି ଅଙ୍ଗଭଙ୍ଗୀ କରିଥିଲେ। ପରେ ନବୀନ ଉଲ୍‌ ହକ୍‌ଙ୍କ ସହିତ ମଧ୍ୟ ବାକ୍ୟ ବିନିମୟ ହୋଇଥିବା ଦେଖାଯାଇଥିଲା। ଶେଷରେ କୋହଲି ଓ କାଇଲ୍‌ ‌ମାୟର୍ସ କିଛି ଆଲୋଚନା କରୁଥିବା ସମୟରେ ଗମ୍ଭୀର ଏଥିରେ ପ୍ରତିବନ୍ଧକ ସାଜିଥିଲେ ଓ ‌ମାୟର୍ସଙ୍କୁ ଟାଣିଆଣି ଥିଲେ। ଏହି ସମୟରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା, ଯାହାକି କିଛି ସେକେଣ୍ଡ ମଧ୍ୟରେ ଉଗ୍ର ରୂପ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe