କର୍କଟରୁ ମୁକୁଳିଲେ ନାଭ୍ରାତିଲୋଭା

Advertisment
କର୍କଟରୁ ମୁକୁଳିଲେ ନାଭ୍ରାତିଲୋଭା

ୱାସିଂଟନ୍‌: ଟେନିସ କିଂବଦନ୍ତି ମାର୍ଟିନା ନାଭ୍ରାତିଲୋଭା କର୍କଟରୁ ମୁକ୍ତ ହୋଇଛନ୍ତି। ଗଳା ଓ ସ୍ତନ କର୍କଟରେ ପୀଡ଼ିତ ହୋଇଥିବା ନାଭ୍ରା‌ତିଲାଭା ୪ ମାସର ଚିକିତ୍ସା ପରେ ସୁସ୍ଥ ହୋଇଥିବା ନେଇ ନିଜେ ମଙ୍ଗଳବାର ସୂଚନା ଦେଇଛନ୍ତି। ଏହି ଚେକ୍‌ ଓ ଆମେରିକୀୟ ତାରକା ଉଭୟ ଏକକ ଓ ଯୁଗଳରେ ୪୯ ଗ୍ରାଣ୍ଡ ସ୍ଲାମ୍‌ ଟ୍ରପି କରାୟତ୍ତ କରିଥିଲା ବେଳେ ସର୍ବକାଳୀନ ମହାନ୍‌ ଖେଳାଳି ଭାବେ ପରିଗଣିତ। ଗତ ଜାନୁଆରିରେ ସେ କର୍କଟ ‌ଷ୍ଟେଜ୍‌-୧ରେ ଥିବା ନେଇ ସୂଚନା ଦେଇଥିଲେ। ‘‘ଏମେ ମୁଁ କର୍କଟ ମୁକ୍ତ’’ ବୋଲି ଏକ ସାକ୍ଷାତକାରରେ ୬୬ ବର୍ଷୀୟା ନାଭ୍ରାତିଲୋଭା କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ନଭେମ୍ବରରେ ନାଭ୍ରାତିଲୋଭା କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ୨୦୧୦ରେ ମଧ୍ୟ ସେ ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ ଏବଂ ସୁସ୍ଥ ହୋଇ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe