ଷ୍ଟାଡିୟମରେ ଧୋନିଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଲେ ନୟନତାରା

Advertisment
ଷ୍ଟାଡିୟମରେ ଧୋନିଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଲେ ନୟନତାରା

ଚେନ୍ନାଇ: ଦକ୍ଷିଣ ଭାରତର ତାମିଲ, ତେଲୁଗୁ ଓ ମାଲୟାଲମ ଚଳଚ୍ଚିତ୍ର ଶିଳ୍ପରେ ଅଭିନେତ୍ରୀ ନୟନତାରାଙ୍କର ଏକପ୍ରକାର ରାଜୁତି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଦିନରେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତେବେ ଆଜି ଆଇପିଏଲ୍ ମ୍ୟାଚରେ ଷ୍ଟାଡିୟମରେ ନୟନତାରା ଚେନ୍ନାଇ ଖେଳାଳିଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି | ଆଜି ଷ୍ଟାଡିୟମରେ ନୟନତାରା, ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କ ସହ ନଜର ଆସିଥିଲେ | ବାସ୍ତବରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଦେଖିବା ପାଇଁ ନୟନତାରା ଷ୍ଟାଡିୟମରେ ପହଞ୍ଚିଥିଲେ ।

ଆଉ ନୟନତାରା ଏବଂ ତାଙ୍କ ସ୍ୱାମୀ ବିଗ୍ନେଶ ଶିବନ ଚେନ୍ନାଇ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା | ତେବେ ଷ୍ଟାଡିୟମରେ ନୟନତାରାଙ୍କୁ ଦେଖି ଚେନ୍ନାଇର ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବହୁତ ବଢିଯାଇଥିଲା | ଏହି ମ୍ୟାଚ୍ ସମୟରେ ନୟନତାରାଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ନୟନତାରା ମଧ୍ୟ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରବେଶବେଳେ ଜୋରରେ କରତାଳି ଦେଉଥିବାର ନଜର ଆସିଥିଲେ। ଉଲ୍ଲେଖ ଥାଉ କି ନୟନତାରା ଏବେ ଖୁବ ଶୀଘ୍ର ଶାହରୁଖ ଖାଁଙ୍କ ଆଗାମୀ ଚଳଚ୍ଚିତ୍ର ‘ଯଵାନ’ରେ ନଜର ଆସିବେ | ଏହା ତାଙ୍କର ପ୍ରଥମ ବଲିଉଡ୍‌ ସିନେମା ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe