କଟକ: ଜାତୀୟ କ୍ରିକେଟ ଏକାଡେମୀ ପକ୍ଷରୁ ହାଇବ୍ରିଡ୍ ଲେଭଲ-୧ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମରେ ଓଡ଼ିଶାରୁ ୨୦ ଜଣ ପୂର୍ବତନ କ୍ରିକେଟର ସାମିଲ ହୋଇଛନ୍ତି। ଏଥିପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଶିକ୍ଷକମାନଙ୍କ ପାଇଁ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ନଭେମ୍ବରରେ ଫଳା ବାହାରିଥିଲା। ବିସିସିଆଇ ଲେଭଲ-୩ ପ୍ରଶିକ୍ଷକ ଆର୍.ଶ୍ରୀକାନ୍ତ, ପୂର୍ବତନ ଲେଭଲ-୨ ପ୍ରଶିକ୍ଷକ ସ୍ବର୍ଗତ ପ୍ରଶାନ୍ତ ମହାପାତ୍ର ଏହି ପାଠ୍ୟକ୍ରମକୁ ପରିଚାଳନା କରିଥିଲେ। ମୋଟ ୮୪ ଜଣ ପ୍ରଶିକ୍ଷାର୍ଥୀ ଏଥିରେ ଭାଗ ନେଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ହାଇବ୍ରିଡ୍ ଲେଭଲ-୧ ପ୍ରଶିକ୍ଷଣ ପାଠ୍ୟକ୍ରମ ପାଇଁ ଚୟନ କରାଯାଇଥିଲା। ଗତବର୍ଷ ଡିସେମ୍ବରରେ ଏହି ୨୦ ଜଣଙ୍କୁ ନେଇ ଭର୍ଚୁଆଲ ମାଧ୍ୟମରେ ତାଲିମ ଦିଆଯାଇଥିଲା। ତେବେ ଗୁରୁବାର ପ୍ରତ୍ୟେକ୍ଷ ଭାବେ ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ଓସିିଏ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ବ୍ୟାବହାରିକ ତାଲିମ ଦିଆଯାଇଥିଲା। ଏନ୍ସିଏର ରାଜୀବ ଦତ୍ତ, ହିତେଶ ଗୋସ୍ବାମୀ, ଅମିତ ଅସାଵା ଏହାକୁ ପରିଚାଳନା କରିଥିଲେ। ରାଜ୍ୟବ୍ୟାପୀ ତୃଣମୂଳସ୍ତରରେ ପ୍ରତିଭାବାନ ପ୍ରଶିକ୍ଷକମାନଙ୍କୁ ଗୁଣାତ୍ମକ ତାଲିମ ଦେଇ ସେମାନଙ୍କ ମାନ ବୃଦ୍ଧି କରିବାକୁ ଓସିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
ଓସିଏରେ ଏନ୍ସିଏ ହାଇବ୍ରିଡ୍ ଲେଭଲ-୧ ପ୍ରଶିକ୍ଷଣ ପାଠ୍ୟକ୍ରମ
Advertisment
Follow Us