Advertisment

କଳିଙ୍ଗ ଷ୍ଟାଡିୟମ୍‌ ଆସିବାକୁ ଦର୍ଶକଙ୍କୁ ନୀରଜଙ୍କ ନିବେଦନ

Advertisment

ଭାରତ ପ୍ରଥମ ଥର ଲାଗି ଇଣ୍ଡିଆନ୍‌ ଓପନ୍‌ ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ପ୍ରତିଯୋଗିତା ଆୟୋଜନ କରୁଛି। ଏହି ପ୍ରତିଯୋଗିତାର ଆୟୋଜନ କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ହେବ।

ଭାରତ ପ୍ରଥମ ଥର ଲାଗି ଇଣ୍ଡିଆନ୍‌ ଓପନ୍‌ ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ପ୍ରତିଯୋଗିତା ଆୟୋଜନ କରୁଛି। ଏହି ପ୍ରତିଯୋଗିତାର ଆୟୋଜନ କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ହେବ।

Untitled-9

ଭୁ‌ବନେଶ୍ବର: ଭାରତ ପ୍ରଥମ ଥର ଲାଗି ଇଣ୍ଡିଆନ୍‌ ଓପନ୍‌ ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ପ୍ରତିଯୋଗିତା ଆୟୋଜନ କରୁଛି। ଏହି ପ୍ରତିଯୋଗିତାର ଆୟୋଜନ କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ହେବ। ଏଥିଲାଗି ଭାରତ ସହ ୧୭ ଦେଶର ୧୬୦ ପ୍ରତିଯୋଗୀ ଭୁବନେଶ୍ବର ପହଞ୍ଚି ସାରିଲେଣି। ଓଡ଼ିଶା ସରକାର ଏହି ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଥିବାରୁ ରାଜ୍ୟବାସୀ ମଧ୍ୟ ବହୁଦିନ ପରେ ଏକ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ଦେଖିବାର ସୁଯୋଗ ପାଇଛନ୍ତି। ସରକାର ମଧ୍ୟ ଷ୍ଟାଡିୟମ୍‌ର ପ୍ରବେଶ ଦେୟମୁକ୍ତ ରଖିଛନ୍ତି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସି ନଥିଲେ ମଧ୍ୟ ଅଲିମ୍ପିକ୍ସ ବିଜେତା ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ନିଜର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଆୟୋଜନ ଲାଗି ଭାରତ ସରକାର, ଓଡ଼ିଶା ସରକାର ଓ ସର୍ବଭାରତୀୟ ଦୌଡ଼କୁଦ ମହାସଂଘକୁ ଧନ୍ୟବାଦ ଦେଇଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ସଫଳତା ଲାଗି ଶୁଭକାମନା ଜଣାଇଛନ୍ତି। ଏଥିସହ ବହୁ ସଂଖ୍ୟା‌ରେ ଷ୍ଟାଡିୟମ୍‌ ଆସି ଏହି ଅନ୍ତର୍ଜାତୀୟ ଇଭେଣ୍ଟ୍‌ର ମଜା ଉଠାଇବା ସହ ଖେଳାଳିଙ୍କୁ ସମର୍ଥନ କରିବାକୁ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମ୍‌ ପୂର୍ବରୁ ୨୦୧୭ ମସିହାରେ ଏସିଆନ୍ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିସାରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe