ନୀରଜଙ୍କ ପୂରା ହେଲା ଆଉ ଏକ ସ୍ବପ୍ନ

ନୀରଜଙ୍କ ପୂରା ହେଲା ଆଉ ଏକ ସ୍ବପ୍ନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସୁନା ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ବପ୍ନ ପୂରଣ ‌ହୋଇଛି। ସେ ତାଙ୍କ ମା’ ବାପାଙ୍କୁ ବିମାନରେ ବସାଇ ଆକାଶ‌ରେ ଉଡ଼ିବାର ମଜା କିପରି ହୋଇଥାଏ ତାହା ଅନୁଭବ କରାଇଛନ୍ତି। ତେବେ ଏପରି ଏକ ଖୁସି ମୁହୂର୍ତ୍ତର ସୂଚନା ଟୁଇଟ କରି ନୀରଜ ଦେଇଛନ୍ତି। ଏଥିସହିତ ନୀରଜ ଏହି ମୁହୂର୍ତ୍ତର ଏକ ଫଟୋ ବି ସେୟାର କରିଛନ୍ତି।

ନୀରଜ ନିଜ ମା’-ବାପାଙ୍କ ସହିତ ବିମାନରେ ବସିବା ପରେ ବହୁତ ଖୁସିଥିବା ନଜର ଆସୁଛନ୍ତି। ନୀରଜ ଏହି ଖୁସି ମୁହୂର୍ତ୍ତର ଫଟୋ ସେୟାର କରି ଲେଖିଛନ୍ତି, ଆଜି ଜୀବନର ଆଉ ଏକ ସ୍ବପ୍ନ ପୂରଣ ହେଲା। ମୁଁ ମୋ ମା’ ଓ ବାପାଙ୍କୁ ବିମାନରେ ବସାଇ ପାରିଛି। ସମସ୍ତଙ୍କ କାମନା ଓ ଆର୍ଶୀବାଦ ପାଇଁ ସର୍ବଦା ଋଣୀ ରହିବି।

ନୀରଜ ଟୋକିଓ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋ‌ରେ ସୁନା ପଦକ ହାସଲ କରିଛନ୍ତି। ସେ ୮୭.୫୮ ମିଟର ଥ୍ରୋ କରି ଭାରତକୁ ପ୍ରଥମଥର ଆଥଲେଟିକ୍ସରେ ସୁନା ପଦକ ଦେଇଛନ୍ତି। ଭାରତ ଟୋକିଓ ଅଲିମ୍ପିକ୍ସିରେ ପାଖାପାଖି ୭ଟି ମେଡାଲ ଜିତିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe