୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଥ୍ରୋ’ କରି ପ୍ରଥମ ଭାରତୀୟ ଭାବେ ‘ଡାଇମଣ୍ଡ୍‌ ଟ୍ରଫି’ ଜିଣିଲେ ନୀରଜ ‌ଚୋପ୍ରା

୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଥ୍ରୋ’ କରି ପ୍ରଥମ ଭାରତୀୟ ଭାବେ ‘ଡାଇମଣ୍ଡ୍‌ ଟ୍ରଫି’ ଜିଣିଲେ ନୀରଜ ‌ଚୋପ୍ରା

Image Courtesy of India Today

ଜ୍ୟୁରିକ୍‌: ସ୍ବିଜର୍‌ଲାଣ୍ଡ୍‌ର ଜ୍ୟୁରିକ୍‌ରେ ଆୟୋଜିତ ‘ଡାଇମଣ୍ଡ୍‌ ଲିଗ୍‌ ସିରିଜ୍‌’ର ପୁରୁଷ ଜାଭ୍‌ଲିନ୍‌ ଥ୍ରୋ’ରେ ଗୁରୁବାର ରାତିରେ ୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ପ୍ରଥମ ଭାରତୀୟ ଭାବେ ନୀରଜ ଚୋପ୍ରା ସମ୍ମାନଜନକ ‘ଡାଇମଣ୍ଡ୍‌ ଟ୍ରଫି’ ବିଜୟୀ ହୋଇଛନ୍ତି।

ଚେକ୍‌ ସାଧାରଣତନ୍ତ୍ରର ଜାକ୍ୟୁବ୍‌ ଭାଡ୍‌ଲେଜ୍‌ ଏବଂ ଜର୍ମାନିର ଜୁଲିଆନ୍‌ ଓେବର୍‌ଙ୍କୁ ଟପି ସେ ଏଭଳି ସ୍ମରଣୀୟ ଗୌରବର ଅଧିକାରୀ ହୋଇପାରିଛନ୍ତି। ପ୍ରଥମ ଉଦ୍ୟମରେ ଭାଡ୍‌ଲେଜ୍‌ ୮୪.୧୫ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଅଗ୍ରଣୀ ଥିବା ବେଳେ ଭାରତର ନୀରଜ ଚୋପ୍ରାଙ୍କ ନାଁରେ ‘ଫାଉଲ୍‌’ ଅଭିଯୋଗ ଆସିଥିଲା। କିନ୍ତୁ, ଦ୍ବିତୀୟ ଉଦ୍ୟମରେ ନୀରଜ ୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗିଥିଲେ ଏବଂ ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ତାଙ୍କର ଏହି ରେକର୍ଡକୁ କେହି ଅତିକ୍ରମ କରିପାରି ନ ଥିଲେ।

publive-image Image Courtesy of News18

ଏହାପରେ, ତୃତୀୟ ଉଦ୍ୟମରେ ନୀରଜ ୮୮.୦୦ ମିଟର୍‌, ଚତୁର୍ଥ ଉଦ୍ୟମରେ ୮୬.୧୧ ମିଟର୍‌ ଏବଂ ପଞ୍ଚମ ଉଦ୍ୟମରେ ୮୭.୦୦ ମିଟର୍‌ ଏବଂ ଚୂଡ଼ାନ୍ତ ଉଦ୍ୟମରେ ୮୩.୬୦ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗିଥିଲେ।

ଏହି ପ୍ରତିଯୋଗିତାରେ ୮୬.୯୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଭାଡ୍‌ଲେଜ୍‌ ୨ୟ ସ୍ଥାନରେ ୮୩.୭୩ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ୱେବର୍‌ ୩ୟ ସ୍ଥାନରେ ଅଛନ୍ତି।

ସମ୍ମାନଜନକ ‘ଡାଇମଣ୍ଡ୍‌ ଟ୍ରଫି’ରେ ସ୍ବର୍ଣ୍ଣପଦକ ଜିଣିବାରେ ନୀରଜ ଚୋପ୍ରା ହେଉଛନ୍ତି ପ୍ରଥମ ଭାରତୀୟ। ପୂର୍ବରୁ ମଧ୍ୟ ସେ ୨ ଥର ‘ଡାଇମଣ୍ଡ୍‌ ଲିଗ୍‌’ ଫାଇନାଲ୍‌ରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୨୦୧୭ରେ ସେ ଏହି ପ୍ରତିଯୋଗିତାରେ ୭ମ ଓ ୨୦୧୮ରେ ୪ର୍ଥ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe