ଲୁସାନେ ଡାଇମଣ୍ଡ ଲିଗରେ ଭାଗନେବେ ନୀରଜ ଚୋପ୍ରା

Advertisment
ଲୁସାନେ ଡାଇମଣ୍ଡ ଲିଗରେ ଭାଗନେବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ତାରକା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଖୁବ୍ ଶୀଘ୍ର ପୁଣି ଥରେ ଆକ୍ସନରେ ଦେଖିବାକୁ ମିଳିବ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ ଜନିତ କାରଣରୁ ସମ୍ପୂର୍ଣ୍ଣ ଫର୍ମରେ ନଥିବା ବୟାନ ଦେଇଥିବା ନୀରଜ ଏବେ ଅଗଷ୍ଟ ୨୨ରେ ହେବାକୁ ଥିବା ଲୁସାନେ ଡାଇମଣ୍ଡ ଲିଗ୍ ରେ ଭାଗ ନେବେ।

ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ ନୀରଜ ଚୋପ୍ରା ତାଙ୍କ ବୟାନରେ କହିଥିଲେ ଯେ ସେ ବେଲଜିୟମର ବ୍ରସେଲ୍ସରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ର ଫାଇନାଲରେ ଖେଳିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସ୍ୱିଜରଲାଣ୍ଡରେ ଥିବା ନୀରଜ ତାଙ୍କ ବୟାନରେ ଏଏନଆଇକୁ କହିଛନ୍ତି ଯେ ସେ ଅଗଷ୍ଟ ୨୨ ରେ ଲୁସାନେରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ର ଫାଇନାଲରେ ଭାଗ ନେବେ । ନୀରଜଙ୍କୁ ଲୌସାନେରେ ଫାଇନାଲ ମ୍ୟାଚ୍ ଖେଳିବାକୁ ପଡ଼ିବ କିମ୍ବା ସେପ୍ଟେମ୍ବର ୫ରେ ଜୁରିକ୍ରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ପର୍ଯ୍ୟାୟରେ ଭାଗ ନେବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ନୀରଜ ଏବେ ଲୌସାନେରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe