ଚିନ୍ତାରୁ କିପରି ସହଜରେ ମୁକ୍ତି ମିଳିବ; ତାହାର ସହଜ ଉପାୟ ବତାଇଲେ ନୀରଜ

ଚିନ୍ତାରୁ କିପରି ସହଜରେ ମୁକ୍ତି ମିଳିବ; ତାହାର ସହଜ ଉପାୟ ବତାଇଲେ ନୀରଜ

ନୂଆଦିଲ୍ଲୀ: ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ଜାଭଲିନ ଥ୍ରୋରେ  ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରେ ନୀରଜ ଚୋପ୍ରା ସାରା ଦେଶରେ ଷ୍ଟାର ହୋଇଯାଇଛନ୍ତି । ଏବେବି ତାଙ୍କ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ  ଛୁଟି ଆସୁଛି। ନୀରଜ ଚୋପ୍ରା ସୋମବାର ଟୁଇଟ କରି ନିଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଚିନ୍ତାରୁ ମୁକ୍ତି ପାଇବା ପାଇଁ ସେ ଏକ ସହଜ ଉପାୟ ଆପଣାଇଛନ୍ତି। ଏଥିରେ ସେ ଏକ ଗ୍ଲାସ ଚା ଓ ରୁଟି ସହିତ ପୋଜ ଦେଉଥିବା ନଜର ଆସିଛନ୍ତି।

publive-image

ସେ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ରୁଟି ଖାଆନ୍ତୁ ଓ ଚା’ ପିଅନ୍ତୁ। ଆଉ ଚିନ୍ତାକୁ କରନ୍ତୁ ବାଏବାଏ।

ନୀରଜ ଏଭଳି ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ତାହା ଭାଇରାଲ ହୋଇଯାଇଥିଲା। ଏହାପରେ ନୀରଜଙ୍କ ପ୍ରଶଂସକ ଖେଳାଳିଙ୍କ ପ୍ରଶଂସା କରିଛନ୍ତି।

ନିକଟରେ ସୁନା ପୁଅ ନୀରଜ ଚୋପ୍ରା ତାଙ୍କର ଆଉ ଏକ ସ୍ୱପ୍ନ ପୂରଣ କରିଛନ୍ତି । ପ୍ରଥମଥର ପାଇଁ ନିଜ ବାପା-ମାଆଙ୍କୁ ବିମାନରେ ବସାଇଥିଲେ ସେ । ଆଉ ଏହି ସ୍ୱପ୍ନ ପୂରଣ କରିବା ପରେ ନୀରଜ ଚୋପ୍ରା ବେଶ ଖୁସିଥିବା ପ୍ରକାଶ କରିଥିଲେ । ନୀରଜ ଚୋପ୍ରା ନିଜେ ଟ୍ୱିଟ କରି ଏହି କଥା ସେୟାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe