ପ୍ରଥମଥର ପାଇଁ ନୀରଜ କହିଲେ, ବିବାହ ପାଇଁ କିପରି ଝିଅ ଆବଶ୍ୟକ

Advertisment
ପ୍ରଥମଥର ପାଇଁ ନୀରଜ କହିଲେ, ବିବାହ ପାଇଁ କିପରି ଝିଅ ଆବଶ୍ୟକ

DNA India

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସୁନା ପଦକ ହାସଲ କରିବା ପରେ ଲୋକେ ନୀରଜ ଚୋପ୍ରାଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ସର୍ଚ୍ଚ କରୁଥିବା ବେଳେ କେହିକେହି ତାଙ୍କ ବିବାହ ଯୋଜନା ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏଯାବତ ଅନେକ ଇଣ୍ଟରଭ୍ୟୁରେ ନୀରଜଙ୍କୁ ପଚରା ଯାଉଛି କି ସେ ବିବାହ କେବେ କରିବେ? ତେବେ ନୀରଜ ଚୋପ୍ରା ଏହାର ଉତ୍ତର ନିଜର ପ୍ରଶଂସକମାନଙ୍କୁ ଦେଇ ଦେଇଛନ୍ତି।

ନୀରଜ ଖୁବଶୀଘ୍ର ଡ୍ୟାନ୍ସ ପ୍ଲସ-୬ରେ ନଜର ଆସିବେ। ଏହାର ପ୍ରୋମୋର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସୋ’କୁ ହୋଷ୍ଟ କରୁଥିବା ରାଘବ ଜୁୟାଲ ଫିମେଲ ଫ୍ୟାନ୍ସଙ୍କ ପକ୍ଷରୁ ପ୍ରଶ୍ନ କରୁଛନ୍ତି, ନୀରଜ ଚୋପ୍ରାଙ୍କ ସହିତ ନିଜର ଜାତକ କେମିତି ମିଶାଇାବେ। ନୀରଜ ଏଥିରେ ଟିକେ ହସି ଦେଇ କହୁଛନ୍ତି କି ତାଙ୍କୁ ଏସବୁ ବିଷୟରେ କିଛି ହେଲେ ଜଣାନାହିଁ।

ଏହାପରେ ସୋ’ର ଜଜ ପୁନୀତ ପାଠକ ନୀରଜଙ୍କୁ କହୁଛନ୍ତି  କି ସମସ୍ତ ଯୁବତୀଙ୍କ ତରଫରୁ ମୁଁ ଏକ ପ୍ରଶ୍ନ କରୁଛି, ଆପଣଙ୍କୁ କିଭଳି ଝିଅ ଆବଶ୍ୟକ ବିବାହ ପାଇଁ? ଏହାର ଉତ୍ତରରେ ନୀରଜ କହିଥିଲେ, ‘  ଯେହେତୁ ଜଣେ ଖେଳାଳି ସେଥିପାଇଁ ମୁଁ ଯାହାଙ୍କୁ ଜୀବନସାଥୀ ରୂପେ ବାଛିବି ସେବି ଜଣେ ଖେଳାଳି ହୋଇଥିଲେ ଭଲ ହେବ। ଏଥିସହିତ ନିଜ କାମପ୍ରତି ଦୃଷ୍ଟି ରଖୁଥିବେ। ଅନ୍ୟମାନଙ୍କୁ ସମ୍ମାନ ଦେବା ସହିତ ପରିବାରର ବି ସମ୍ମାନ କରୁଥିବେ । ଏମିତି ଝିଅ ଆବଶ୍ୟକ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe