ବାୟୋପିକରେ ଏହି ଅଭିନେତାଙ୍କୁ ଦେଖିବାକୁ ଚାହାନ୍ତି ନୀରଜ

ବର୍ତ୍ତମାନ ସମୟରେ ଭାରତର ଅନ୍ୟତମ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଲିମ୍ପିଆନ୍ ନୀରଜ ଚୋପ୍ରାଙ୍କ ବାୟୋପିକ ନିର୍ମାଣ ପାଇଁ ଲୋକେ କରୁଛନ୍ତି ଦାବି। ନୀରଜ ଚୋପ୍ରା ବାୟୋପିକକୁ ନେଇ ଦେଲେ ପ୍ରତିକ୍ରିୟା।

ଅଦ୍ୟତନ ହୋଇଛି
efgt

ନୂଆଦିଲ୍ଲୀ: ବର୍ଷବର୍ଷ ଧରି ବଲିଉଡରେ ବାୟୋପିକ୍ ଟ୍ରେଣ୍ଡରେ ରହିଆସିଛି । ଦେଶର ପ୍ରସିଦ୍ଧ ଲୋକଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଅନେକ କ୍ରୀଡା ବାୟୋପିକ୍ ନିର୍ମାଣ କରିଛି। ୨୦୧୨ ମସିହାରେ 'ପାନ୍ ସିଂ ତୋମର' ୨୦୧୩ରେ 'ଭାଗ ମିଲ୍କା ଭାଗ' ଏବଂ ୨୦୧୪ରେ 'ମେରି କମ' ମୁକ୍ତିଲାଭ କରିଥିଲା। 

ଚଳିତ ବର୍ଷ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକ ସ୍ପୋର୍ଟସ ବାୟୋପିକରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ତାଙ୍କର ଚଳଚ୍ଚିତ୍ର 'ଚନ୍ଦୁ ଚାମ୍ପିଅନ୍' ପାରା ଅଲିମ୍ପିକ୍ ପଦକ ବିଜେତା ମୁରଲିକାନ୍ତ ପେଡକରଙ୍କ ଜୀବନୀ ଉପରେ ଆଧାରିତ ଥିଲା। ବର୍ତ୍ତମାନ ସମୟରେ ଭାରତର ଅନ୍ୟତମ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଲିମ୍ପିଆନ୍ ନୀରଜ ଚୋପ୍ରାଙ୍କ ବାୟୋପିକର ଚଳଚ୍ଚିତ୍ର ନିର୍ମାଣ ପାଇଁ ଲୋକଙ୍କ ଦାବି ହେଉଛି।

ଜାଭଲିନ୍ ଥ୍ରୋରେ ଦୁଇଥର ପଦକ ଜିତିଥିବା ଅଲିମ୍ପିଆନ୍ ନୀରଜ ଚୋପ୍ରାଙ୍କୁ ତାଙ୍କ ବାୟୋପିକ୍ ବିଷୟରେ ଅନେକ ସମୟରେ ପ୍ରଶ୍ନ ପଚରାଯାଇଥାଏ। ନିକଟରେ ନୀରଜଙ୍କୁ ସିନେମାର ଅଭିନୟ ପାଇଁ ଅଫର ଆସିଲେ ଗ୍ରହଣ କରିବେ କି ବୋଲି ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ ନା’ ଏଥିରେ ମୋର କୌଣସି ରୁଚି ନାହିଁ।

ଏହି କ୍ରମରେ ବାୟୋପିକ ନିର୍ମାଣ ପ୍ରସଙ୍ଗ ଉପରେ ଆଲୋଚନା କରି ନୀରଜ କହିଥିଲେ, ‘'ମୁଁ ଜାଣେ ନାହିଁ ମୋର ବାୟୋପିକ ପାଇଁ କିଏ ଉପଯୁକ୍ତ ହେବ, କିନ୍ତୁ ବର୍ତ୍ତମାନ ପାଇଁ ମୁଁ କେବଳ ରଣଦୀପ ହୁଡାଙ୍କ ବିଷୟରେ ଚିନ୍ତା କରିପାରିବି। ସେ ଜଣେ ମହାନ ଅଭିନେତା ଏବଂ ସେ ହରିୟାଣାର ବାସିନ୍ଦା । ମୋ ମତରେ ଯେକୌଣସି ଭୂମିକାରେ ଅଭିନୟ କରିବାକୁ ହେଲେ ସ୍ଥାନୀୟ ଭାଷା ଜାଣିଥିବା ନିହାତି ଆବଶ୍ୟକ ।

ତେବେ ମୁଁ ଚାହୁଁଛି ମୋର ବାୟୋପିକ୍ ସେବେ ଯାଇ ତିଆରି କରାଯାଉ ଯେତେବେଳେ ମୁଁ ଦେଶପାଇଁ ଯାହା କିଛି କରିବାକୁ ଚାହୁଁଛି କରିସାରିଥିବି। 

ନୀରଜଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ରଣଦୀପ ହୁଡ୍ଡାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe