ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଚାଲିଥିିିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୦ମ ଦିନରେ ୪ଟିି ସ୍ୱର୍ଣ୍ଣ ପଦକ ପାଇଛି। ଭାରତୀୟ ମୁଷ୍ଠିଯୋଦ୍ଧା ମେରି କମ୍, ଗୌରବ ସେଲାଙ୍କିଙ୍କ ସହିତ ସଞ୍ଜୀବ ରାଜପୁତ ଭାରତକୁ ଆଜି ୩ଟି ସ୍ୱର୍ଣ୍ଣ ପଦକ ଦେଇଥିବା ବେଳେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଭାରତକୁ ୧୦ମ ଦିନର ୪ର୍ଥ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।ଏଥି ସହିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ପଦକ ତାଲିିକାରେ ଭାରତ ୨୧ଟି ସ୍ୱର୍ଣ୍ଣ ପଦକ ସହିତ ତୃତୀୟ ସ୍ଥାନରେ ରହିଛି।
ଆଜି ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ୮୬.୪୭ ମିଟର ଜାଭଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିଣିବା ସହିତ ପ୍ରଥମ ଭାରତୀୟ ଭାବେ ଜାଭଲିନ୍ ଥ୍ରୋ ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କି୍ରଡ଼ାରେ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିଣିଲେ ନୀରଜ ଚୋପ୍ରା
Advertisment
Follow Us