କୁଓର୍‌ତାନି ଗେମ୍‌ସ୍‌ରେ ୮୬.୬୯ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିଣିଲେ ନୀରଜ ଚୋପ୍ରା

Advertisment
କୁଓର୍‌ତାନି ଗେମ୍‌ସ୍‌ରେ ୮୬.୬୯ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିଣିଲେ ନୀରଜ ଚୋପ୍ରା

Image Courtesy of India Today

ନୂଆଦିଲ୍ଲୀ: ନିରବଚ୍ଛିନ୍ନ ବର୍ଷା ସତ୍ତ୍ବେ ଫିନ୍‌ଲାଣ୍ଡ୍‌ରେ ଚାଲିଥିବା କୁ‌ଓର୍‌ତାନି ଗେମ୍‌ସ୍‌ରେ ଶନିବାର ଦିନ ପ୍ରଥମ ଉଦ୍ୟମରେ ୮୬.୬୯ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

୮୬.୬୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ତାଙ୍କ ପଛକୁ ଅଛନ୍ତି ତ୍ରିନିଦାଦ୍‌ର କେସର୍ଣ୍ଣ ୱାଲ୍‌କୋଟ୍‌। ସେହିପରି, ୮୪.୭୫ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ତୃତୀୟ ସ୍ଥାନରେ ଅଛନ୍ତି ଗ୍ରେନାଡାର ଅଣ୍ଡର୍‌ସନ୍‌ ପିଟର୍ସ।

ନୀରଜ ଚୋପ୍ରାଙ୍କ ସହିତ ସନ୍ଦୀପ ଚୌଧୁରୀ ନାମରେ ଆଉ ଜଣେ ଭାରତୀୟ ଜାଭ୍‌ଲିନ୍‌ ଖେଳାଳି ମଧ୍ୟ ଭାଗ ନେଇଥିଲେ। କିନ୍ତୁ, ସେ ମାତ୍ର ୬୦.୩୫ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ୮ମ ସ୍ଥାନରେ ରହିଛନ୍ତି।

publive-image Image Courtesy of NDTV

ବର୍ଷା ଯୋଗୁଁ କୁଓର୍‌ତାନି ଗେମ୍‌ସ୍‌ ବିଶେଷ ପ୍ରଭାବିତ ହୋଇଛି। ଖେଳାଳିମାନେ ଆଶାନୁରୂପ ଖେଳ ପ୍ରଦର୍ଶନ କରି ପାରିନାହାନ୍ତି। ଶନିବାର ଦିନ ତୃତୀୟ ଥର ଜାଭ୍‌ଲିନ୍‌ ଫିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ନୀରଜ ଚୋପ୍ରା ମଧ୍ୟ ଅସୁବିଧାରେ ପଡ଼ିଥିଲେ। ନୀରଜଙ୍କର ଦ୍ବିତୀୟ ଉଦ୍ୟମ ‘ଫାଉଲ୍‌’ ହେବା ପରେ ତୃତୀୟ ଉଦ୍ୟମ ବେଳେ ଓଦା ଟ୍ରାକ୍‌ରେ ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇଥିଲେ। ଦର୍ଶକମାନେ ଆଁ’ କରି ଚାହିଁଥିବା ବେଳେ ନୀରଜ ଉଠି ଠିଆ ହୋଇଥିଲେ। ସୌଭାଗ୍ୟକୁ ସେ ଆହତ ହୋଇ ନ ଥିଲେ।

ତାଙ୍କର କିଛି ଅସୁବିଧା ହୋଇନାହିଁ ଏବଂ ସେ ଭଲ ଅଛନ୍ତି ବୋଲି ନୀରଜ ସୁନିଶ୍ଚିତ କରିବା ପରେ ‘ଆଥ୍‌ଲେଟିକ୍ସ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ ଟୁଇଟ୍‌ କରି ଘୋଷଣା କରିଛି।

ଗଣ ମାଧ୍ୟମକୁ ନୀରଜ କହିଛନ୍ତି, ଟୋକିଓ ଅଲିମ୍ପିକ୍ସ୍‌ ପରେ ଏହା ମୋ ପାଇଁ ଥିଲା ଦ୍ବିତୀୟ ପ୍ରତିଯୋଗିତା। ଏଇଟା ମଧ୍ୟ ପ୍ରଥମ ଭଳି ଭଲ ହୋଇଛି। ‘କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌’ରେ ଏହାଠାରୁ ବଡ଼ ବଡ଼ ପ୍ରତିଯୋଗିତା ହେବ ଏବଂ ମୁଁ ସେଥିରେ ଭାଗ ନେବାକୁ ଚାହିଁ ବସିଛି। ସେଥିରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଏହି ପ୍ରତିଯୋଗିତା ମତେ ଉତ୍ସାହ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe