ନୀରଜଙ୍କ ଅଭ୍ୟାସ ଆରମ୍ଭ

ନୀରଜଙ୍କ ଅଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ଗତ ଅଗଷ୍ଟ ମାସରେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ତାରକା ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଦୁଇ ମାସରୁ ଅଧିକ ସମୟ ପରେ ତାଲିମକୁ ଫେରିଛନ୍ତି। ଏନ୍‌ଆଇଏସ୍‌ ପତିଆଲାରେ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଆଥ୍‌ଲେଟିକ୍ସରେ ପ୍ରଥମ ସ୍ବର୍ଣ୍ଣ ଏବଂ ବ୍ୟକ୍ତିଗତ ଭାବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ଜିତିବାରେ ଦ୍ବିତୀୟ ଭାରତୀୟ ବିବେଚିତ ହୋଇଥିଲେ ନୀରଜ। ଚଳିତ ସପ୍ତାହରେ ‌ସେ ପୂର୍ବ ଭଳି ଉତ୍କଣ୍ଠା ଓ ଲକ୍ଷ୍ୟ ନେଇ ପ୍ରଶିକ୍ଷଣକୁ ଫେରିଛନ୍ତି। ଏହି ଅବସରରେ ବୁଧବାର ସେ ପ୍ରଶଂସକମାନଙ୍କୁ ଟ୍ବିଟ୍‌ ଜରିଆରେ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତାବର୍ଷ ଆମେରିକାରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ପଦକ ଜିତିବାର ପରବର୍ତୀ ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ ଆଗାମୀ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍‌ ପାଇଁ ସେ ଜର୍ମାନ ବାୟୋ ମେକାନିକ୍‌ ବିଶେଷଜ୍ଞ କ୍ଲାଉସ୍‌ ବର୍ତୋନିଜ୍‌ଙ୍କ ସହିତ ପ୍ରଶିକ୍ଷଣ ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe