ମୁମ୍ବାଇ: ଗୁଜରାଟ ଟାଇଟନ୍ସ ଚଳିତ ବର୍ଷର ଆଇପିଏଲ୍ ଟ୍ରଫି ଜିତିବା ପରେ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହରା ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଭାବେ ଆଇପିଏଲ୍ ବିଜେତା ହେବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି ସେ। ନେହରାଙ୍କ ପୂର୍ବରୁ କେବଳ ବିଦେଶୀ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ହିଁ କୌଣସି ଦଳ ଆଇପିଏଲ୍ ବିଜେତା ହୋଇଥିଲେ। ଏହି କ୍ରମରେ ନ୍ୟୁଜିଲାଣ୍ଡର ଷ୍ଟିଫେନ୍ ଫ୍ଲେମିଂ ୪, ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୩, ଟ୍ରେଭର ବେଲିସ୍ ୨, ଟମ୍ ମୁଡି ୧, ରିକି ପଣ୍ଟିଂ ୧, ଜନ୍ ରାଇଟ୍ ୧, ଡାରେନ୍ ଲିମ୍ୟାନ୍ ୧ ଏବଂ ସେନ୍ ୱର୍ଣ୍ଣ ଗୋଟିଏ ଥର ମୁଖ୍ୟ ପ୍ରଶିକ୍ଷକ ଭାବେ ଆଇପିଏଲ୍ ଟ୍ରଫି ଜିତିଥିଲେ।
ଆଇପିଏଲ୍ ଟ୍ରଫି ଜିତିବାରେ ନେହରା ଏକମାତ୍ର ଭାରତୀୟ ପ୍ରଶିକ୍ଷକ
Advertisment
Follow Us