ଏତେ କୋଟିର ମାଲିକ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଅଶ୍ବିନ୍

ଗାବା ଟେଷ୍ଟ ଡ୍ର ହେବା ମାତ୍ରେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।‌ ହେଲେ ମ୍ୟାଚ୍ ପରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏବେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

taswiniii

ନୂଆଦିଲ୍ଲୀ: ଗାବା ଟେଷ୍ଟ ଡ୍ର ହେବା ମାତ୍ରେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।‌ ହେଲେ ମ୍ୟାଚ୍ ପରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଯେଉଁ ଘୋଷଣା କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମ୍ୟାଚ୍ ପରେ ଆୟୋଜିତ ସାମ୍ବାଦିକ ସମ୍ପିଳନୀରେ ଯୋଗ ଦେଇ ମ୍ୟାଚ୍ ବିଷୟରେ କିଛି କହିବା ପରିବର୍ତ୍ତେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଅଶ୍ବିନ୍। ତାଙ୍କର ଏହି ନିଷ୍ପତ୍ତି ପରେ ଏବେ ତାଙ୍କ କ୍ରିକେଟ କ୍ୟାରିୟର ଓ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଶ୍ୱିନଙ୍କ ମୋଟ୍ ସମ୍ପତ୍ତି ବିଷୟରେ କହିବାକୁ ଗଲେ ସେ ପ୍ରାୟ ୧୦୦ କୋଟି ଟଙ୍କାର ମାଲିକ ଅଟନ୍ତି। ଏକ ବିଳାସପୂର୍ଣ୍ଣ ଘର ସହିତ ତାଙ୍କ ପାଖରେ ଅଡି ଏବଂ ରୋଲ୍ସ ରଏଲ୍ସ ଭଳି ବିଳାସପୂର୍ଣ୍ଣ କାର୍ ରହିଛି। ତାଙ୍କ ଘରର ମୂଲ୍ୟ ପ୍ରାୟ ୯କୋଟି ଟଙ୍କା। ଏହା ବ୍ୟତୀତ ତାଙ୍କର ବିଭିନ୍ନ ସ୍ଥାନରେ ସମ୍ପତ୍ତି ମଧ୍ୟ ଅଛି | କ୍ରିକେଟ୍ ବ୍ୟତୀତ ସେ ବିଜ୍ଞାପନରୁ ଭଲ ରୋଜଗାର କରନ୍ତି |

ସେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେଙ୍କ ପରେ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା କ୍ରିକେଟର। ଅଶ୍ୱିନ୍ ତାଙ୍କ କ୍ୟାରିୟରରେ ୨୮୭ମ୍ୟାଚ୍ ଖେଳି ୩୭୯ଇନିଂସରେ ୭୬୫ୱିକେଟ୍ ନେଇଥିଲେ। ସେ ଟେଷ୍ଟରେ ମଧ୍ୟ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର। ସେ ୧୦୬ଟି ଟେଷ୍ଟ ମ୍ୟାଚ ଖେଳି ୨୦୦ଇନିଂସରେ ୫୩୭ଟି ୱିକେଟ୍ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe