ଆରସିବି ମାଲିକଙ୍କ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତୁ

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁର ମାଲିକ ୟୁନାଇଟେଡ୍ ସ୍ପିରିଟ୍ସ କମ୍ପାନିର ନେଟ୍ ୱର୍ଥ ୨୦୨୫ରେ ପ୍ରାୟ ୧୧.୯୫ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଭାରତୀୟ ମୁଦ୍ରାରେ ଏହି କମ୍ପାନିର ନେଟ୍ ୱର୍ଥ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। 

ଦୗସଯସୗ

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଗତମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଇତିହାସ ସୃଷ୍ଟି କରିଛି । 

ବିରାଟ କୋହଲିଙ୍କ ଦଳ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚାମ୍ପିୟନ ହୋଇଛି । ଏହା ସହିତ ଆରସିବିର ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି। ତେବେ ଆରସିବି ଦଳର ମାଲିକ କିଏ ଏବଂ ତାଙ୍କର ନେଟ ୱର୍ଥ କେତେ ଆସନ୍ତୁ ସେ ବିଷୟରେ ଜାଣିବାଇ।

ଆରସିବି ପୂର୍ବରୁ ବିଜୟ ମାଲ୍ୟାଙ୍କ ମାଲିକାନାରେ ଥିଲା। ବିଜୟ ମାଲ୍ୟା ସେତେବେଳେ କିଙ୍ଗଫିସର ଏୟାରଲାଇନ୍ସ ଏବଂ ୟୁନାଇଟେଡ୍ ସ୍ପିରିଟ୍ସ କମ୍ପାନିର ଅଧ୍ୟକ୍ଷ ଥିଲେ, କିନ୍ତୁ ଅତ୍ୟଧିକ ଋଣ ଯୋଗୁଁ ବିଜୟ ମାଲ୍ୟାଙ୍କୁ ବାଙ୍ଗାଲୁରୁ ଫ୍ରାଞ୍ଚାଇଜର ମାଲିକାନା ଛାଡିବାକୁ ପଡିଥିଲା। ବର୍ତ୍ତମାନ ଆରସିବି ଦଳର ମାଲିକାନା ୟୁନାଇଟେଡ୍ ସ୍ପିରିଟ୍ସ କମ୍ପାନି ହାତରେ ରହିଛି। ୟୁନାଇଟେଡ୍ ସ୍ପିରିଟ୍ସ ଏକ ଭାରତୀୟ ପାନୀୟ କମ୍ପାନି ଯାହା ମଦ୍ୟପାନ ତିଆରି କରେ।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁର ମାଲିକ ୟୁନାଇଟେଡ୍ ସ୍ପିରିଟ୍ସ କମ୍ପାନିର ନେଟ୍ ୱର୍ଥ ୨୦୨୫ରେ ପ୍ରାୟ ୧୧.୯୫ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଭାରତୀୟ ମୁଦ୍ରାରେ ଏହି କମ୍ପାନିର ନେଟ୍ ୱର୍ଥ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। 

ରିପୋର୍ଟ ଅନୁଯାୟୀ, ୨୦୨୫ର ପ୍ରଥମ ତ୍ରୟମାସରେ ୟୁନାଇଟେଡ୍ ସ୍ପିରିଟ୍ସର ଲାଭ ୭୪.୬୯ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe