ଏତେ କୋଟିର ମାଲିକ ଏଲଏସଜିର ନୂଆ ଅଧିନାୟକ ଋଷଭ

ଆଗକୁ ଆଇପିଏଲ-୨୦୨୫ର ସବୁଠୁ ଦାମୀ ଖେଳାଳି ହୋଇଥିବା ଋଷବ ପନ୍ତଙ୍କୁ ଏଲଏସଜି ଅଧିନାୟକ କରିଛି। ଏହି ଘୋଷଣା ପରେ ଏବେ ଋଷବଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

tpanttt

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି)ର ଅଧିନାୟକ ହେଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ଗତବର୍ଷ ଶେଷ ହୋଇଥିବା ବେଳେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ ଷ୍ଟାର କ୍ରିକେଟର ଋଷଭ ପନ୍ତ। ଆଗାମୀ ଆଇପିଏଲ୍‌ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି) ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଥିଲା। ଏହା ପରେ ଏବେ ପନ୍ତଙ୍କୁ ଦଳର ଅଧିନାୟକ କରିଛି ଏଲଏସଜି। ଏମଧ୍ୟରେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତଙ୍କ ସମ୍ପତ୍ତି ପ୍ରାୟ ୧୦୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତାଙ୍କର ଆୟର ମୂଳ ଉତ୍ସଗୁଡ଼ିକ ହେଲା ବିସିସିଆଇରୁ ମିଳୁଥିବା ଦରମା, ଆଇପିଏଲ୍ ଚୁକ୍ତି ଏବଂ ବିଭିନ୍ନ ବିଜ୍ଞାପନରୁ ମିଳୁଥିବା କୋଟି କୋଟି ଟଙ୍କା। ବିସିସିଆଇରୁ ସେ ପ୍ରତିବର୍ଷ ୩କୋଟି ଟଙ୍କା ଆୟ କରୁଥିବା ବେଳେ ଆଇପିଏଲରୁ ସେ ଏବେ ୨୭କୋଟି ଟଙ୍କା ଆୟ କରିବେ। ପ୍ରତି ଟେଷ୍ଟ ମ୍ୟାଚ୍ ପାଇଁ ୧୫ଲକ୍ଷ ଟଙ୍କା ନେଉଥିବା ପନ୍ତ ପ୍ରତି ଦିନିକିଆ ମ୍ୟାଚ୍ ପାଇଁ ୬ଲକ୍ଷ ଟଙ୍କା ନିଅନ୍ତି। ଏହା ସହ ସେ ପ୍ରତି ଟି-୨୦ ମ୍ୟାଚରୁ ୩ଲକ୍ଷ ଟଙ୍କା ଆୟ କରନ୍ତି ବୋଲି ଜଣାଯାଇଛି।

ଯଦି ଆମେ ତାଙ୍କ ବିଳାସପୂର୍ଣ୍ଣ ଗାଡ଼ି କଥା କହିବା ତେବେ ତାଙ୍କ ପାଖରେ ଅଛି ଫୋର୍ଡ ମସଟାଙ୍ଗ, ମର୍ସେଡିଜ୍ ବେଞ୍ଜ ଜିଏସସି, ଅଡି ଏ-୮ ଏବଂ ମର୍ସେଡିଜ୍ ବେଞ୍ଜ ଜିଏଲଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe