ହାମବର୍ଗ: ଚଳିତ ୟୁରୋ କପ୍ ଫୁଟବଲ୍ ପ୍ରତିଯୋଗିତାର ଏକ ଗ୍ରୁପ୍-‘ଡି’ ମ୍ୟାଚ୍ରେ ରବିବାର ନେଦରଲାଣ୍ଡ୍ସ ୨-୧ ଗୋଲ୍ରେ ପୋଲାଣ୍ଡକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ରେ ପୋଲାଣ୍ଡ କିନ୍ତୁ ପ୍ରଥମ ଗୋଲ୍ ଦେଇଥିଲା। ଷୋଡ଼ଶ ମିନିଟ୍ରେ ଆଡାମ ବୁସ୍କାଙ୍କ ହେଡର୍ରେ ପୋଲାଣ୍ଡକୁ ଏହି ଗୋଲ୍ଟି ମିଳିଥିଲା। ୧୩ ମିନିଟ୍ ପରେ ନେଦରଲାଣ୍ଡ୍ସ କୋଡି ଗାକପୋଙ୍କ ସୁନ୍ଦର ଗୋଲ୍ ବଳରେ ସ୍ଥିତି ବରାବର କରି ନେଇଥିଲା। ଶେଷରେ ବଦଳ ଖେଳାଳି ଅଟ ୱିଘର୍ଷ୍ଟଙ୍କ ଗୋଲ୍ ବଳରେ ନେଦରଲାଣ୍ଡ୍ର ବିଜୟର ମିଠାମିଠା ସ୍ବାଦ ଚାଖିଥିଲା।
ପୋଲାଣ୍ଡକୁ ହରାଇଲା ନେଦରଲାଣ୍ଡ୍ସ
Advertisment
Follow Us