ମନଲୋ ମାର୍କେଜ୍ ଭାରତୀୟ ଫୁଟବଲ ଦଳର ନୂଆ କୋଚ୍

Advertisment
ମନଲୋ ମାର୍କେଜ୍ ଭାରତୀୟ ଫୁଟବଲ ଦଳର ନୂଆ କୋଚ୍

ମୁମ୍ବାଇ : ଇଣ୍ଡିଆନ୍ ସୁପର ଲିଗରେ ଏଫସି ଗୋଆର କୋଚ୍ ଦାୟିତ୍ୱରେ ଥିବା ସ୍ପେନର ମାନୋଲୋ ମାର୍କେଜ୍ ଙ୍କୁ ଭାରତୀୟ ପୁରୁଷ ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେ ବହିଷ୍କୃତ କୋଚ୍ ଇଗୋର ଷ୍ଟିମାକଙ୍କ ସ୍ଥାନ ନେବେ। ବର୍ତ୍ତମାନର ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ତାଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ତାଙ୍କ ପାଖରେ ପ୍ରଶିକ୍ଷଣ ଅଭିଜ୍ଞତା ଅଛି ଯାହା ଭାରତୀୟ ଫୁଟବଲ ଦଳ ପାଇଁ କାମରେ ଆସିପାରେ ।

ଶନିବାର ସର୍ବଭାରତୀୟ ଫୁଟ୍ ବଲ୍ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ୫୫ ବର୍ଷୀୟ ମାର୍କେଜଙ୍କୁ ଶୀର୍ଷ ପଦରେ ନିଯୁକ୍ତ କରାଯାଇଛି। ଏଆଇଏଫଏଫ୍ ଏକ ବିବୃତ୍ତିରେ କହିଛି ଯେ କମିଟି ତାଙ୍କ ନିଷ୍ପତ୍ତିରେ ବରିଷ୍ଠ ପୁରୁଷ ଜାତୀୟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ଉପରେ ବିଚାର ବିମର୍ଶ କରିଥିଲା ଏବଂ ତୁରନ୍ତ ଏହି ପଦ ପାଇଁ ମନୋଲୋ ମାର୍କେଜଙ୍କୁ ମନୋନୀତ କରିଥିଲା। ମାର୍କେଜ୍ ୨୦୨୪-୨୫ ସିଜନ ପାଇଁ ଏଫସି ଗୋଆର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ବଜାୟ ରଖିବେ। ପୂର୍ଣ୍ଣକାଳୀନ ଭିତ୍ତିରେ ଜାତୀୟ ଦଳର କୋଚ୍ ହେବା ପୂର୍ବରୁ ସେ ଉଭୟ ଦାୟିତ୍ବ ଏକାସାଙ୍ଗରେ ତୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe