ଭୁବନେଶ୍ୱର: ଭଗବାନପୁରରେ ଚାଲିଥିବା ଉମେଶ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ କାଇପଦରକୁ ୨୬ ରନ୍ରେ ପରାସ୍ତ କରି ନ୍ୟୁ ଷ୍ଟାର କ୍ଲବ୍ ସେମିଫାଇନାଲ୍ରେ ପହଞ୍ଚିଛି। ନ୍ୟୁ ଷ୍ଟାର୍ ୧୬.୪ ଓଭରରେ ୧୦୪ ରନ୍ କରିଥିଲା। କାଇପଦର ୧୬.୫ ଓଭରରେ ୭୮ ରନ୍ କରିଥିଲା। ୬ ଓ୍ଵିକେଟ୍ ନେଇଥିବା ନ୍ୟୁ ଷ୍ଟାର ଦଳର ସୁଜିତ ଦାସଙ୍କୁ ଅତିଥି ଜୋତ୍ସ୍ନାମୟୀ ଜେନା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଆୟୁଷମାନ ଦାସ ଏବଂ ସଂଜୟ କୁମାର ରାଉତ ମ୍ୟାଚ୍ ପରିଚାଳନା କରିଥିଲେ।
ସେମିରେ ନ୍ୟୁ ଷ୍ଟାର୍
Advertisment
Follow Us