ନୂଆ ଜର୍ସିରେ ନାଁ, ନମ୍ବର

Advertisment
ନୂଆ ଜର୍ସିରେ ନାଁ, ନମ୍ବର

ଭାରତୀୟ ଖେଳାଳିମାନେ ଗୁରୁବାର ପ୍ରଥମ ଥର ପାଇଁ ନମ୍ବର ଏବଂ ନାଁ ଥିବା ଜର୍ସି ପିନ୍ଧି ଟେଷ୍ଟ କ୍ରିକେଟ୍ ଖେଳିବେ। ଏହାର ଝଲକ ବୁଧବାର କୋହଲି ବାହିନୀ ନିଜ ପ୍ରଶଂସକମାନଙ୍କୁ ଦେଇଛି। ବିସିସିଆଇର ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରାଯାଇଥିବା ଫଟୋ ଅନୁସାରେ ଅଧିନାୟକ ବିରାଟ କୋହଲି ୧୮ ନମ୍ବର ଜର୍ସି ପିନ୍ଧିବେ। ସେହିଭଳି ଚେତେଶ୍ବର ପୂଜାରାଙ୍କ ପିଠିରେ ୨୫ ନମ୍ବର ଦେଖିବାକୁ ମିଳିବ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ୩, ରୋହିତ ଶର୍ମା ୪୫, ରବୀନ୍ଦ୍ର ଜାଦେଜା ୮, ଆର ଅଶ୍ବିନ ୯୯, ଈଶାନ୍ତ ଶର୍ମା ୯୭, ଋଷବ ପନ୍ତ ୧୭, ହନୁମା ବିହାରି ୪୪ ନମ୍ବର ପାଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସମ୍ମାନ ଜଣାଇ କୌଣସି ଖେଳାଳିଙ୍କୁ ୧୦ ନମ୍ବର ଜର୍ସି ଦିଆଯାଇନାହିଁ। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଅନ୍ତର୍ଗତ ଅଷ୍ଟ୍ରେଲିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟରୁ ‘ଜର୍ସିରେ ନମ୍ବର ଏବଂ ନାଁ’ ଧାରା ଆରମ୍ଭ ହୋଇଛି। ବ୍ରେଟ୍ ଲି’, ସୋଏବ ଅଖତର ଓ କେଭିନ ପିଟରସନଙ୍କ ଭଳି ପୂର୍ବତନ ଖେଳାଳି କିନ୍ତୁ ଏହାକୁ ପସନ୍ଦ କରିନାହାନ୍ତି। ତେବେ ଟେଷ୍ଟ କ୍ରିକେଟକୁ ଅଧିକ ଯୁବ ସୁଲଭ କରିବା ପାଇଁ ଖେଳାଳିଙ୍କ ଜର୍ସିରେ ନମ୍ବର ଏବଂ ନାଁ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଆଇସିସି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe