ଭୁବନେଶ୍ବର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଆସନ୍ତା ବର୍ଷ ଫେବ୍ରୁଆରି ୯ ତାରିଖରେ ଖେଳାଯିବ। ଏହି ମୁକାବିଲା ଐତିହାସିକ କଟକର ବାରବାଟୀ ଷ୍ଟାଡିୟମରେ ହେବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍‌ ଦେଖିବା ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଏଥି ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଜାରି ରହିଛି। ଏହାର ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ ‌ଘୋଷଣା ହୋଇଛି। ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଟିକେଟ୍‌ର ମୂଲ୍ୟ ପୁନଃ ଧାର୍ଯ୍ୟ କରିଛି। ଗତ ୩ ତାରିଖ ଦିନ ହୋଇଥିବା ଟିକେଟ୍‌ ଦରରେ ସଂଶୋଧନ ଅଣାଯାଇଛି। ଓସିଏ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: ଷ୍ଟାଡିୟମ୍‌ର ନିର୍ମାଣ ଘୋଷଣା ଥିଲା ପାଣ୍ଡିଆନଙ୍କ ନିର୍ବାଚନୀ ଭେଳିକି

ଓସିଏ ପକ୍ଷରୁ କୁହାଯାଇଛି ଯେ, ବାରବାଟୀର ଗ୍ୟାଲେରି-୧, ଗ୍ୟାଲେରି-୨, ଗ୍ୟାଲେରି-୩, ଗ୍ୟାଲେରି-୪ ଗ୍ୟାଲେରି-୫, ଗ୍ୟାଲେରି ୭, ସ୍ପେଶାଲ ଏନ୍‌କ୍ଲୋଜର ଓ ଏସି ଏନ୍‌କ୍ଲୋଜରର ଦର ପରିବର୍ତ୍ତନ କରାଯାଇଛି। କିନ୍ତୁ କର୍ପୋରେଟ୍‌ ବକ୍ସ ଓ ନ୍ୟୁ ପାଭଲିଅନ୍‌ର ଦର ପୂର୍ବାପେକ୍ଷା ରହିଛି। ତେବେ ଏକାଧିକ ଗ୍ୟାଲେରିରେ ଟିକେଟ୍‌ ଦର ହ୍ରାସ ପାଇବା ଦ୍ବାରା ଦର୍ଶକମାନଙ୍କ ପାଇଁ ନିଶ୍ଚିତ ଭାବେ ଏହା ଏକ ପ୍ରକାରର ଖୁସିର ଖବର।  

ବାରବାଟୀ ବିଷୟରେ କ୍ରୀଡ଼ା ବିଭାଗ ଅଜ୍ଞ! ତଥ୍ୟ ଉପଲବ୍ଧ ନାହିଁ ନା ଜାଣିଶୁଣି ଅନ୍ଧାରରେ ରଖିବାକୁ ପ୍ରଚେଷ୍ଟା?

ଓସିଏ ପକ୍ଷରୁ କୁହାଯାଇଛି ଯେ, ଦର୍ଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୫ ଫେବ୍ରୁଆରି ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ୍‌ ଦର ହ୍ରାସ କରାଯାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରାଯାଇଛି। ଗ୍ୟାଲେରି-୧ ଓ ୩ରେ ପୂର୍ବରୁ ଟିକେଟ୍‌ ଦର ୧,୨୦୦ ଟଙ୍କା ଥିଲା। ଏବେ ଏହି ୨ଟି ଗ୍ୟାଲେରିରେ ଦର୍ଶକମାନଙ୍କୁ ୧,୧୦୦ ଟଙ୍କାରେ ଟିକେଟ୍‌ ମିଳିପାରିବ। ଗ୍ୟାଲେରି-୫ରେ ପୂର୍ବରୁ ଟିକେଟ୍‌ ଦର ୧,୫୦୦ ଟଙ୍କା ଥିବା ବେଳେ ନୂତନ ଦର ୧,୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓସିଏ

ସେହିପରି ଗ୍ୟାଲେରି-୨ ଓ ୪ରେ ଟିକେଟ୍‌ ଦର ପୂର୍ବରୁ ୧,୦୦୦ ଟଙ୍କା ଥିବା ବେଳେ ଏହାକୁ ୧୦୦ ଟଙ୍କା ହ୍ରାସ କରାଯାଇଛି। ନୂତନ ଦର ୯୦୦ ଟଙ୍କା ରଖାଯାଇଛି। ଗ୍ୟାଲେରି ୭ରେ ଆଗରୁ ୮୦୦ ଟଙ୍କା ଥିବା ବେଳେ ଏହା ‌ଏବେ ୭୦୦ ଟଙ୍କା ହୋଇଛି। ସ୍ପେଶାଲ ଏନ୍‌କ୍ଲୋଜରରେ ଟିକେଟ୍‌ ଦର ୭,୦୦୦ରୁ ୧,୦୦୦ ହଜାର ହ୍ରାସ କରି ୬,୦୦୦ ଟଙ୍କା ରଖାଯାଇଛି।  ଏସି ଏନକ୍ଲେଜର ୯୦୦୦ରୁ ୮୦୦୦ ଟଙ୍କା କରିଦିଆଯାଇଛି। କିନ୍ତି କର୍ପୋରେଟ୍‌ ବକ୍ସର ମୂଲ୍ୟ ପୂର୍ବଭଳି ୨୦,୦୦୦ ଓ ନ୍ୟୁ ପାଭଲିଅନ୍‌ ଦର ୧୦,୦୦୦ ଟଙ୍କା ଅପରିବର୍ତ୍ତିତ ରହିଛି।