ଲର୍ଡସରେ ୱିକେଟ୍‌ ଝଡ଼: ନ୍ୟୁଜିଲାଣ୍ଡ୍‌ ୧୩୨, ଇଂଲଣ୍ଡ ୧୧୬/୭

Advertisment
ଲର୍ଡସରେ ୱିକେଟ୍‌ ଝଡ଼: ନ୍ୟୁଜିଲାଣ୍ଡ୍‌ ୧୩୨, ଇଂଲଣ୍ଡ ୧୧୬/୭

The Guardian

ଲର୍ଡ୍ସ: ଐତିହାସିକ ଲର୍ଡସ ପଡିଆରେ ଗୁରୁବାରଠାରୁ ଆରମ୍ଭ‌‌ ହୋଇଥିବା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌ ପ୍ରଥମ ଟେଷ୍ଟ ପ୍ରଥମ ଦିବସରେ ୱିକେଟ୍‌ ଝଡ଼ ଦେଖିବାକୁ ମିଳିଛି। ଉଭୟ ଦଳ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭ ୱିକେଟ୍‌ ହରାଇ ଦେଇଛନ୍ତି। ନ୍ୟୁଜିଲାଣ୍ଡ୍‌ ମାତ୍ର ୧୩୨ ରନ୍‌ କରିଥିବା‌ ବେଳେ ଇଂଲଣ୍ଡ ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ୧୧୬ ରନ୍‌ରେ ୭ ୱିକେଟ୍ ହରାଇ ଦେଇଛି।

ପ୍ରଥମ ପଦାର୍ପଣ କରିଥିବା ଦ୍ରୁତ ବୋଲର ମ୍ୟାଟିଂ ପଟ୍ସ (୯.୨-୪-୧୩-୪) ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡ୍‌କୁ ଅଡୁଆରେ ପକାଇଥିବା ବେଳେ ଅଭିଜ୍ଞ ଜେମ୍ସ ଆଣ୍ଡରସନ୍‌ (୧୬-୬-୬୬-୪) ମଧ୍ୟ ଭ୍ରମଣକାରୀ ଦଳର ସମାନ କ୍ଷତି ଘଟାଇଛନ୍ତି। ନ୍ୟୁଜିଲାଣ୍ଡ୍‌ର ୪୫ ରନ୍‌ ବେଳକୁ ଇଂଲଣ୍ଡ ବୋଲର ୭ ବ୍ୟାଟରଙ୍କୁ ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ। କଲିନ୍ ଗ୍ରାଣ୍ଡହୋମ୍‌ (୪୨*, ୫୦ ବଲ୍, ୪ ଚୌକା) ଶେଷ ଭାଗରେ ଦୁଇଟି ଭଲ ଭାଗୀଦାରି ଗଢ଼ି ଦଳକୁ ୧୦୦ ଅତିକ୍ରମ କରାଇଥିଲେ। ଟିମ୍ ସାଉଦି (୨୬ ରନ୍‌, ୨୩ ବଲ୍) ଏବଂ ଟ୍ରେଣ୍ଟ୍ ବୋଲ୍ଟ (୧୪ ରନ୍‌, ୧୬ ବଲ୍‌) ଯଥାକ୍ରମେ ୪୧ ଓ ୩୦ ରନ୍‌ର ଦୁଇଟି ଭାଗୀଦାରି କରି ଦଳର ସମ୍ମାନକୁ କିଛି ମାତ୍ରାରେ ବଞ୍ଚାଇଥିଲେ। ଭ୍ରମଣକାରୀ ଦଳ ୪୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ଆଣ୍ଡରସନ୍‌-ପଟ୍ସଙ୍କ ବ୍ୟତୀତ ଅନ୍ୟ ଦୁଇ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଓ ବେନ୍ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଇଂଲଣ୍ଡ୍‌ ପାଇଁ ପ୍ରାରମ୍ଭିକ‌ ଯୋଡ଼ି ଆଲେକ୍ସ ଲିସ୍ (୨୫) ଏବଂ ଜ୍ୟାକ କ୍ରଲି (୪୩) ୫୯ ରନ୍‌ ଉଠାଇଥିଲେ ମଧ୍ୟ ଘରୋଇ ଦଳ ଶେଷ ଘଣ୍ଟାକରେ ୭ ୱିକେଟ୍ ହରାଇ ଦେଇଥିଲା। ଟ୍ରେଣ୍ଟ୍ ବୋଲ୍ଟ, ଟିମ୍ ସାଉଦି, କାଏଲ ଜାମିସନ୍‌ ପ୍ରତ୍ୟେକ ୨ ଲେଖ‌ାଏଁ ଏବଂ କଲିନ୍ ଗ୍ରାଣ୍ଡ୍‌ହୋମ ୧ ‌ୱିକେଟ୍‌ ନେଇ ମ୍ୟାଚ୍‌କୁ ସମତୁଲ ସ୍ଥିତିକୁ ନେଇ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe