Advertisment

T20 World Cup-2026: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ନ୍ୟୁଜିଲାଣ୍ଡ

Advertisment

ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଫାଇନାଲରେ ପହଞ୍ଚିଛି।

ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଫାଇନାଲରେ ପହଞ୍ଚିଛି।

WhatsApp Image 2026-03-04 at 21.34.24

କୋଲକାତା: ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଫାଇନାଲରେ ପହଞ୍ଚିଛି। କୋଲକାତାର ଇଡେନ ଗାର୍ଡେନ୍‌ସରେ ବୁଧବାର ନ୍ୟୁଜିଲାଣ୍ଡ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍‌ରେ ପରାସ୍ତ କରିଛି। କିୱି ଦଳ ଆସନ୍ତା ୮ ତାରିଖ ଦିନ ଅହମଦାବାଦରେ ଫାଇନାଲ ମ୍ୟାଚ୍‌ ଖେଳିବ। ଏହା ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଦ୍ବିତୀୟ ସେମିଫାଇନାଲର ବିଜେତା ନ୍ୟୁଜିଲାଣ୍ଡକୁ ମୁକାବିଲା କରିବ। 

ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିଜର ରଣନୀତିକୁ ସଫଳତା ଦେଇଥିଲା। ମାର୍କୋ ଜାନସେନ ଜେନସନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୭୦ ରନ୍‌ର ଟାର୍ଗେଟ ମିଳିଥିଲା। 

ଆହୁରି ପଢ଼ନ୍ତୁ: Cricket: ଇଡେନ୍‌ ଗାର୍ଡେନ୍ସରେ ଦର୍ଶକଙ୍କୁ ମନୋରଂଜନ କଲା ଜାନସେନ୍‌ଙ୍କ ଧମାକା

ନ୍ୟୁଜିଲାଣ୍ଡ ପାଇଁ ଟିମ୍‌ ସେଫର୍ଟ ଓ ଫିନ୍ ଆଲେନ୍‌ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ ପାଇଁ ୫୫ଟି ବଲ୍‌ରୁ ୧୧୭ ରନ୍‌ର ଭାଗିଦାରୀ କରିପାରିଥିଲେ। ସେଫର୍ଟ ୩୩ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୭ଟି ଚୌକା ଓ ୨ଟି ଛକା ବଳରେ ୫୮ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଫିନ୍‌ ଆଲେନ୍‌ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ସେ ୩୩ଟି ବଲ୍‌ ଖେଳି ୧୦ଟି ଚୌକା ଓ ୮ଟି ଛକା ବଳରେ ଅପରାଜିତ ୧୦୦ ରନ୍‌ ସଂଗ୍ରହ କରିଥିଲେ। ଉଭୟ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ମୁକାବିଲା କରିପାରି ନଥିଲେ। ରଚିନ ରବିନ୍ଦ୍ର ଅପରାଜିତ ୧୩ ରନ୍‌ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ୧୨.୫ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୧୭୩ ରନ୍‌ ସଂଗ୍ରହ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe