ନ୍ୟୁଜିଲାଣ୍ଡ ପ୍ରଶଂସକ କହିଲେ ‘ଭାରତ ମାତା କି ଜୟ’

Advertisment
ନ୍ୟୁଜିଲାଣ୍ଡ ପ୍ରଶଂସକ କହିଲେ ‘ଭାରତ ମାତା କି ଜୟ’

sports.punjabkesari.in

ହାମିଲଟନ୍ ଟ୍ବେଣ୍ଟି-୨୦ରେ କୋହଲି ବାହିନୀର ନାଟକୀୟ ପ୍ରତ୍ୟାବର୍ତନ କେବଳ ଭାରତୀୟ ପ୍ରଶଂସକଙ୍କୁ ନୁହେଁ, ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କୁ ବି ବହୁତ ପସନ୍ଦ ଆସିଥିଲା। ଭାରତୀୟ ଖେଳାଳିଙ୍କ ଲଢ଼ୁଆ ମନୋଭାବରେ ପ୍ରଭାବିତ ହୋଇ ଜଣେ ସ୍ଥାନୀୟ ଦର୍ଶକ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଥିଲା। ସଂପୃକ୍ତ କିୱି ପ୍ରଶଂସକଜଣକ ଭାରତୀୟ ପ୍ରଶଂସକଙ୍କଠାରୁ ‘ଭାରତ ମାତା କି ଜୟ’ ଉଚ୍ଚାରଣ କରିବା ଶିଖୁଥିବା ଏବଂ ଏହାକୁ କହୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭାଇରାଲ୍ ହୋଇ ଯାଇଥିଲା। ୧୬ ସେକେଣ୍ଡର ଏହି ଭିଡିଓରେ ଯୁବ ପ୍ରଶଂସକଜଣକ ଉଲ୍ଲସିତ ହୋଇ ବାରମ୍ବାର ‘ଭାରତ ମାତା କି ଜୟ’ କହୁଥିଲା ବେଳେ ତାଙ୍କ ପଛରେ ବହୁ ଭାରତୀୟ ପ୍ରଶଂସକ ବସିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe