ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଭାରତଗସ୍ତ ସମୟରେ କ୍ରିଷ୍ଟୋଫର ଲକ୍ସନ ଖୁବ ମଜା ଉଠାଉଥିବା ଦେଖିବାକୁ ମିଳୁଛି।
ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଦିଲ୍ଲୀଗସ୍ତ ସମୟରେ ଇଟାରେ ୱିକେଟ୍ ତିଆରି କରି ରାସ୍ତାରେ ସୀମାରେଖା ଟାଣି ସାଧାରଣ ଲୋକଙ୍କ ଭଳି କ୍ରିକେଟ ଖେଳିବାର ଆନନ୍ଦ ନେଉଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦଳରେ ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ କ୍ରିକେଟର ରସ୍ ଟେଲର ଏବଂ ସ୍ପିନର ଅଜାଜ୍ ପଟେଲ ସାମିଲ ଥିଲେ। ଖେଳୁଥିବା ସମୟରେ ଲକ୍ସନଙ୍କୁ ଭାରତୀୟ ବିଶ୍ୱକପ୍ ବିଜେତା ତଥା ପୂର୍ବତନ ଅଧିନାୟକ କପିଲ ଦେବ ସମର୍ଥନ କରିଥିଲେ।
ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି, " ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତକୁ କ୍ରିକେଟ ପ୍ରତି ଥିବା ଆମର ସମାନ ପ୍ରେମ ବ୍ୟତୀତ ଆଉ କିଛି ଏକତା ଦେଇପାରିବ ନାହିଁ।"
୧୯୮୩ ମସିହାରେ ଭାରତକୁ ବିଶ୍ୱକପ୍ ବିଜୟୀ କରାଇଥିବା କପିଲ ଦେବ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହିତ ତାଙ୍କ ଦଳରେ ଖେଳୁଥିବା ସମୟରେ ସେଠାରେ ଉପସ୍ଥିତ ଥିଲେ।
Follow Us