Cricket: ସେଫର୍ଟ-ଆଲେନ୍‌ଙ୍କ ରେକର୍ଡ ଭାଗୀଦାର, ନ୍ୟୁଜିଲାଣ୍ଡର ଲଗାତାର ବିଜୟ

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକାଦଶ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକତରଫା ଭାବେ ୟୁଏଇକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ଦୁଇଟି ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ଗ୍ରୁପ୍‌-ଡି’ ପଏଣ୍ଟ୍‌ ତାଲିକାରେ ପ୍ରଥମ ସ୍ଥାନରେ ଦୃଢ଼ ରହିଛି।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକାଦଶ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକତରଫା ଭାବେ ୟୁଏଇକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ଦୁଇଟି ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ଗ୍ରୁପ୍‌-ଡି’ ପଏଣ୍ଟ୍‌ ତାଲିକାରେ ପ୍ରଥମ ସ୍ଥାନରେ ଦୃଢ଼ ରହିଛି।

10bbs_61_10022026_112

ଚେନ୍ନାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକାଦଶ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକତରଫା ଭାବେ ୟୁଏଇକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ଦୁଇଟି ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ଗ୍ରୁପ୍‌-ଡି’ ପଏଣ୍ଟ୍‌ ତାଲିକାରେ ପ୍ରଥମ ସ୍ଥାନରେ ଦୃଢ଼ ରହିଛି। ଏହା ପୂର୍ବରୁ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ କିୱି ଦଳ ୫ ୱିକେଟ୍‌ରେ ହରାଇଥିଲା। ମଙ୍ଗଳବାର ନିଜ କ୍ରିକେଟ୍‌ ଇତିହାସର ଅନ୍ୟତମ ବଡ଼ ବିଜୟ ଅର୍ଜନ କରିଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର୍‌ ଟିମ୍‌ ସେଫର୍ଟ ଓ ଫିନ୍‌ ଆଲେନ୍‌ ମଧ୍ୟ ନୂଆ ଇତିହାସ ରଚିଛନ୍ତି। ଉଭୟ ପ୍ରଥମ ୱିକେଟ୍‌ରେ ୧୭୫ ରନ୍‌ର ଭାଗୀଦାର କରିଛନ୍ତି। ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଯେକୌଣସି ୱିକେଟ୍‌ ପାଇଁ ହେଉଛି ସର୍ବୋଚ୍ଚ ଭାଗୀଦାର।

ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ର ବ୍ୟାଟିଂ ଉପଯୋଗୀ ପିଚ୍‌ରେ ୟୁଏଇ ଟସ୍‌ ଜିତି ବ୍ୟାଟିଂ କରିଥିଲା। ମାତ୍ର ୧୨ ରନ୍‌ରେ ଓପନର୍‌ ଆର୍ଯ୍ୟଂଶ ଶର୍ମା ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ। ଅଧିନାୟକ ମହମ୍ମଦ ୱାସିମ ଓ ଶୀର୍ଷକ୍ରମ ବ୍ୟାଟର୍‌ ଆଲିସାନ ସରାଫୁ କିନ୍ତୁ ସାହସ ହରାଇ ନଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୧୦୭ ରନ୍‌ ଯୋଡ଼ି ୟୁଏଇ ସ୍ଥିତି ସୁଦୃଢ଼ କରି ନେଇଥିଲେ। ପଞ୍ଚଦଶ ଓଭରର ଦ୍ବିତୀୟ ବଲ୍‌ରେ ସରାଫୁଙ୍କୁ ଚତୁରତାର ସହ ଆଉଟ୍‌ କରି ନ୍ୟୁଜିଲାଣ୍ଡର ଅଭିଜ୍ଞ ସ୍ପିନର ମିଚେଲ ସାଣ୍ଟନର୍‌ ଏମାନଙ୍କୁ ଅଲଗା କରିଥିଲେ। ଗୋଟିଏ ପଟେ ୱାସିମ ଭଲ ବ୍ୟାଟିଂ କରୁଥିଲା ବେଳେ ଅନ୍ୟପଟୁ ସାଥୀ ଖେଳାଳିମାନେ ଶସ୍ତାରେ ଆଉଟ୍‌ ହୋଇଚାଲିଥିଲେ। ଫଳରେ ଏକଦା ୨୦୦ ରନ୍‌ ଛୁଇଁବା ଲକ୍ଷ୍ୟରେ ଥିବା ୟୁଏଇ ୧୭୩/୬ରେ ଅଟକି ଯାଇଥିଲା। ଜବାବରେ ସେଫର୍ଟ ଓ ଆଲେନଙ୍କ ଧମାକାଦାର ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ ୩୪ ବଲ୍‌ ପୂର୍ବରୁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସେଫର୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ୟୁଏଇ ୨୦ ଓଭରରେ-୧୭୩/୬ (ମହମ୍ମଦ ୱାସିମ ୬୬*, ଆଲିସାନ ସରାଫୁ ୫୫, ମୟଙ୍କ କୁମାର ୨୧, ମ୍ୟାଟ୍ ହେନରି ୨/୩୭, ଜ୍ୟାକବ ଡଫି ୧/୧୬)। ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ୧୭୫/୦ (ଟିମ୍‌ ସେଫର୍ଟ ୮୯*, ଫିନ୍‌ ଆଲେନ୍‌ ୮୪*)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe