କ୍ରିକେଟରେ ନୂଆ ରେକର୍ଡ ସ୍ଥାପିତ, ଦିନିକିଆରେ ନ୍ୟୁଜିଲାଣ୍ଡର ୪୯୦ ରନ୍‌

ଅଧିନାୟିକା ବେଟସ ୯୪ ବଲ ଖେଳି ୨ଟି ଛକା ଓ ୨୪ଟି ଚୌକା ବଳରେ ସଂଗ୍ରହ କଲେ ୧୫୧ ରନ

କ୍ରିକେଟରେ ନୂଆ ରେକର୍ଡ ସ୍ଥାପିତ, ଦିନିକିଆରେ ନ୍ୟୁଜିଲାଣ୍ଡର ୪୯୦ ରନ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ଆର୍ୟରଲାଣ୍ଡର ମହିଳା ଟିମ୍‌ ମଧ୍ୟରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବିଶ୍ୱ ରେକର୍ଡ ସ୍ଥାପିତ ହୋଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୪୯୦ ରନ୍‌ ସଂଗ୍ରହ କରିଛି। ଏଭଳି ସ୍କୋର ପୁରୁଷ ଟିମ୍‌ ମଧ୍ୟ କରିପାରି ନାହାନ୍ତି। ଏହା ପୂର୍ବରୁ ମଧ୍ୟ ମହିଳା ଟିମ୍‌ ସର୍ବୋଚ୍ଚ ସ୍କୋର କରିଥିଲେ।

ଡବଲିନରେ ଖେଳାଯାଉଥିବା ମ୍ୟାଚରେ ଶୁକ୍ରବାର ଆରମ୍ଭରୁ ନ୍ୟୁଜିଲାଣ୍ଡର ମହିଳା ଟିମ୍‌ ଭଲ ଖେଳିିଥିଲା। ବ୍ୟାଟସ୍‌ଓମ୍ୟାନ ସୁଜି ବେଟସ୍‌ ଓ ଜେସ ଭାଟକିନ ପ୍ରଥମ ଓ୍ଵିକେଟରେ ୧୭୨ ରନ୍‌ ଯୋଡ଼ିଥିଲେ। ଅଧିନାୟିକା ବେଟସ ୯୪ ବଲ ଖେଳି ୨ଟି ଛକା ଓ ୨୪ଟି ଚୌକା ବଳରେ ୧୫୧ ରନ ସଂଗ୍ରହ କରିଥିଲେ। ଭାଟକିନ ୬୨ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ ୩ୟ କ୍ରମରେ ଆସିଥିବା ଖେଳାଳି ମେଣ୍ଡି ଗ୍ରୀନ ୭୭ଟି ବଲ ଖେଳି ୧୬ଟି ଚୌକା ବଳରେ ୧୨୧ ରନ୍‌ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଏମି ୨୧ ରନ ସଂଗ୍ରହ କରିଥିଲେ।

publive-image

ନ୍ୟୁଜିଲାଣ୍ଡ ୩୪ ଓଭରରେ ୩ଟି ଓ୍ଵିକେଟ ହରାଇ ୩୧୭ ରନ ସଂଗ୍ରହ କରି ସାରିଥିଲା। ୧୬ ଓଭର ବାକି ଥିବା ବେଳେ ଇତିହାସ ରଚିବାକୁ ସୁଯୋଗ ମିଳି ଯାଇଥିଲା। ଆମିଲି କେର ଓ ବେର୍ଣ୍ଣାଡାଏନ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ। ଆମିଲି ୪୫ଟି ବଲ ଖେଳି ୩ଟି ଛକା ଓ ୯ଟି ଚୌକା ବଳରେ ୮୧ ରନ୍‌ ଯୋଡ଼ିଥିଲେ। ବିପକ୍ଷୀ ଦଳ ୩୧ ଅତିରିକ୍ତ ରନ ଦେଇଥିଲେ। କାରା ମୁରୀଙ୍କୁ ୨ଟି ସଫଳତା ମିଳିଥିଲେ ହେଁ, ସେ ୧୧୯ ରନ୍‌ ଖର୍ଚ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe