ନ୍ୟୁଜିଲାଣ୍ଡର ପ୍ରଥମ ବିଜୟ: ୧୦୦ ରନ୍‌ରେ ହାରିଲା ବାଂଲାଦେଶ

ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। ନିଜର ତୃତୀୟ ମ୍ୟାଚ୍‌ରେ ଏହି ଦଳ ୧୦୦ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୮ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା।

sfsfsfxc

ଗୁଆହାଟୀ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। ନିଜର ତୃତୀୟ ମ୍ୟାଚ୍‌ରେ ଏହି ଦଳ ୧୦୦ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୮ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟିକା ସୋଫି ଡିଭାଇନ୍‌ ଓ ବ୍ରୁକି ହଲିଡେ ଚତୁର୍ଥ ୱିକେଟ୍‌ରେ ୧୧୨ ରନ୍‌ର ଭାଗୀଦାର ଗଢ଼ି ଦଳକୁ ଏହି ବିପର୍ଯ୍ୟୟରୁ ବାହାର କରିଥିଲେ। 

ହଲିଡେ (୬୯, ୧୦୪ ବଲ୍‌, ୫ ଚୌକ‌ା, ୧ ଛକା) ଓ ଡେଭିନ (୬୩, ୧୦୪ ବଲ୍‌, ୫ ଚୌକ‌ା, ୧ ଛକା) ନିଜ ନିଜର ଅର୍ଦ୍ଧଶତକ ପୂରଣ କରି ଆଉଟ ହୋଇଯାଇଥିଲେ। ଶେଷ ଭାଗରେ ମାଡି ଗ୍ରିନ୍‌ (୨୫, ୨୮ ବଲ୍‌), ଇସାବେଲ ଗାଜା (୧୨, ୧୩ ବଲ୍‌) ଓ ଲିଆ ତାହୁହୁ (୧୨, ୪ ବଲ୍‌)ଙ୍କ ଛୋଟଛୋଟ ପାଳି ଦଳକୁ ୨୨୭/୯ ରେ ପହଞ୍ଚାଇ ଦେଇଥିଲା। ବାଂଲାଦେଶର ରବେୟା ଖାନ ୩ ୱିକେଟ୍‌ ନେଇଥିଲେ। ଜବାବରେ ବାଂଲାଦେଶ ୩୯.୫ ଓଭରରେ ୧୨୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫହିମା ଖାତୁନ (୩୮), ରବେୟା ଖାନ (୨୫), ନାହିଦା ଅଖ୍‌ତର (୧୭) ଦୁଇ ଅଙ୍କ ଛୁଇଁଥିଲା ବେଳେ ଅତିରିକ୍ତରୁ ୩୦ ରନ୍‌ ଆସିବାରୁ ଦଳ ୧୦୦ ରନ୍‌ ପାର୍‌ କରିବାକୁ ସକ୍ଷମ ହୋଇଥିଲା। ଜେସ୍‌ କେର୍‌ ଓ ଲି ତାହୁହୁ ୩ ଲେଖାଏଁ ୱିକେଟ୍‌ ପାଇଥିଲେ। ହଲିଡେଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଶନିବାର କଲମ୍ବୋରେ ଶ୍ରୀଲଙ୍କା-ଇଂଲଣ୍ଡ ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe