ବାଂଲାଠୁ କଷ୍ଟରେ ଜିତିଲା ନ୍ୟୁଜିଲାଣ୍ଡ୍‌

Advertisment
ବାଂଲାଠୁ କଷ୍ଟରେ ଜିତିଲା ନ୍ୟୁଜିଲାଣ୍ଡ୍‌

LONDON, ENGLAND - JUNE 05: Ross Taylor of New Zealand celebrates his half century during the Group Stage match of the ICC Cricket World Cup 2019 between Bangladesh and New Zealand at The Oval on June 05, 2019 in London, England. (Photo by David Rogers/Getty Images)

ଲଣ୍ଡନ: ବାଂଲା‌ଦେଶ ବଢ଼ିଆ ଲଢ଼ିଲା କିନ୍ତୁ ହାରିଗଲା। ବହୁ କଷ୍ଟକରି ନ୍ୟୁଜିଲାଣ୍ଡ ବୁଧବାର ବିଳମ୍ବିତ ରାତି ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ନେଲା। ରସ ଟେଲର୍ ଏବଂ କେନ୍ ୱିଲିୟମସନ୍‌ଙ୍କ ଶତକୀୟ ଭାଗୀଦାରି ନ୍ୟୁଜିଲାଣ୍ଡକୁ ଭଲ ସ୍ଥିତିରେ ରଖିଥିଲେ ମଧ୍ୟ ନଛୋଡବନ୍ଧା ବାଂଲାଦେଶ ସହଜରେ ହାତ ଟେକି ଦେଇନଥିଲା। ନ୍ୟୁଜିଲାଣ୍ଡ୍ ୨ରୁ ୨ ବିଜୟ ସହ ପଏଣ୍ଟ୍ ଟେବୁଲରେ ଶୀର୍ଷକୁ ଉଠିଛି। ରସ୍ ଟେଲର୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଲଗାତାର ମ୍ୟାଚ୍‌ର ବିଶ୍ବର ଏକ ନମ୍ବର ଅଲରାଉଣ୍ଡର୍ ସକିବ୍ ଅଲ୍ ହାସନ୍‌ ସଫଳ ରହିଥିଲେ ମଧ୍ୟ ଏଥର ବାଂଲାଦେଶ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛି।
ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ୍ ବିନିମୟରେ ୨୪୪ ରନ୍ କରିଥିଲା। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ହରାଇବା ସହ ବିଶ୍ବକପରେ ନିଜ ସର୍ବୋଚ୍ଚ ଦଳଗତ ସ୍କୋର କରିଥିବା ବାଂଲାଦେଶକୁ ନ୍ୟୁଜିଲାଣ୍ଡ ବୋଲର କୌଶଳପୂର୍ଣ୍ଣ ବୋଲିଂ କରି ଅଢ଼େଇ ଶହ ରନ୍ ତଳେ ଅଟକାଇ ଦେଇଥିଲେ। ବାଂଲାଦେଶ ପକ୍ଷରୁ କେବଳ ଅଲରାଉଣ୍ଡର ସକିବ-ଅଲ-ହାସନ (୬୪, ୬୮ ବଲ, ୭ ଚୌକା) ଅର୍ଧଶତକ ଅର୍ଜନ କରି ପାରିଥିଲେ। ଅନ୍ୟ ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ପ୍ରାରମ୍ଭିକ ଯୋଡ଼ି ତମିମ ଇକବାଲ (୨୪) ଓ ସୌମ୍ୟ ସରକାର (୨୫) ପ୍ରଥମ ୱିକେଟ୍‌ ମାତ୍ର ୪୫ ରନ୍ ଯୋଡ଼ିଥିଲେ। ଅଭିଜ୍ଞ ମୁସଫିକର ରହିମ (୧୯), ମହମ୍ମଦୁଲ୍ଲା (୨୦) ମହମ୍ମଦ ସାଇଫୁଦିନ (୨୯) ସୁଯୋଗ ହାତଛଡ଼ା କରିଥିଲେ। ବିଶେଷ କରି ମ୍ୟାଟ୍ ହେନରି (୯.୨-୦-୪୭-୪)ଙ୍କୁ ସମ୍ମୁଖୀନ ହେବାରେ ଅଧିକାଂଶ ବାଂଲା ବ୍ୟାଟ୍ସମ୍ୟାନ୍ ସଂଘର୍ଷ କରିଥିଲେ। ଲଗାତାର ଦ୍ବିତୀୟ ଅର୍ଧଶତକ ହାସଲ କରିଥିବା ସକିବ କିନ୍ତୁ କଲିନ୍ ଗ୍ରା‌ଣ୍ଢୋମେଙ୍କ ଶିକାର ହୋଇଥିଲେ। ଶେଷ ଓଭରର ପ୍ରଥମ ଦୁଇ ବଲ୍‌ରେ ଦୁଇଟି ୱିକେଟ୍ ନେଇ ହେନରି ବାଂଲାଦେଶକୁ ୪ ବଲ୍ ପୂର୍ବରୁ ଅଲଆଉଟ୍ କରି ଦେଇଥିଲେ।
ଜବାବରେ ମାର୍ଟିନ୍ ଗପ୍ଟିଲ୍‌ ଏବଂ କଲିନ୍ ମୁନରୋ ଭଲ ଆରମ୍ଭ କରି ୫ ଓଭରରେ ୩୫ ରନ୍ ଉଠାଇଥିଲେ। ଦ୍ବିତୀୟ ବୋଲିଂ ପରବର୍ତନରେ ଆସିଥିବା ବାମହାତୀ ସ୍ପିନର୍ ସକିବ୍ ଅଲ୍ ହାସନ୍‌ ନିଜ ପ୍ରଥମ ବଲରେ ମାର୍ଟିନ୍ ଗପ୍ଟିଲ୍ (୨୫, ୧୪ ବଲ୍‌, ୩ ଚୌକା, ୧ ଛକା)ଙ୍କୁ ଆଉଟ୍ କରିଥିଲେ। ସାଥୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମୁନରୋ (୨୪, ୩୪ ବଲ)ଙ୍କୁ ମଧ୍ୟ ସକିବ୍ ଶିକାର କରି ନେଇଥିଲେ। ତେବେ ଅଧିନାୟକ କେନ୍ ୱିଲିୟମ୍‌ସନ୍ (୪୦, ୭୨ ବଲ, ୧ ଚୌକା) ଏବଂ ଅଭିଜ୍ଞ ରସ୍ ଟେଲର୍ (୮୨, ୯୧ ବଲ୍‌, ୯ ଚୌକା) ତୃତୀୟ ୱିକେଟ୍ ପାଇଁ ୨୧.୧ ଓଭରରେ ୧୦୫ ରନ୍ ‌ଯୋଡ଼ିବା ନ୍ୟୁଜିଲାଣ୍ଡକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା। ଶେଷ ଭାଗରେ ବାଂଲାଦେଶ ଦ୍ରୁତ ବୋଲରମାନେ ନ୍ୟୁଜିଲାଣ୍ଡଖୁ ଅଡୁଆରେ ପକାଇଥିଲେ। କିନ୍ତୁ ନିମ୍ନକ୍ରମ ବ୍ୟାଟସମ୍ୟାନ୍‌ ନିଶାମ, ଗ୍ରାଣ୍ଡହୋମ୍ ଏବଂ ସାଣ୍ଟନର୍‌ଙ୍କ ଛୋଟ ଛୋଟ ଅବଦାନ ନ୍ୟୁଜିଲାଣ୍ଡ୍‌କୁ ୧୭ ବଲ୍ ପୂର୍ବରୁ ୨ ୱିକେଟ୍‌ରେ ବିଜୟୀ କରାଇଥିଲା।

ବାଂଲାଦେଶ-ନ୍ୟୁଜିଲାଣ୍ଡ ସ୍କୋର‌୍‌ କାର୍ଡ

ବାଂଲାଦେଶ: ୨୪୪/୧୦
ତମିମ ଇକ୍‌ବାଲ-କ-ବୋଲ୍ଟ-ବୋ-ଫର୍ଗୁସନ-୨୪
ସୌମ୍ୟ ସରକାର-ବୋ-ହେନରି-୨୫
ସକିବ ଉଲ୍ ହାସନ-କ-ଲଥାମ-ବୋ-ଡି’ଗ୍ରାଣ୍ଢୋମ-୬୪
ମୁସଫିକର ରହିମ-ରନ୍‌ ଆଉଟ୍‌-୧୯
ମହମ୍ମଦ ମିଥୁନ-କ-ଗ୍ରାଣ୍ଢୋମ-ବୋ-ହେନରି-୨୬
ମହମ୍ମଦୁଲା-କ-ୱିଲିୟମ୍‌ସନ୍‌-ବୋ-ସାଣ୍ଟନର-୨୦
ମୋସାଦେକ ହୁସେନ-କ-ଗପ୍ଟିଲ-ବୋ-ବୋଲ୍ଟ-୧୧
ମହମ୍ମଦ ସାାଇଫୁଦ୍ଦିନ୍‌-ବୋ-ହେନରି-୨୯
ମିରାଜ-କ-ଲାଥମ-ବୋ-ବୋଲ୍ଟା-୦୭
ମସ୍ରାଫେ ମୋର୍ତାଜା-କ-ବୋଲ୍ଟ-ବୋ-ହେନରି-୦୧
ମୁସ୍ତାଫିଜୁର ରହମାନ-ଅପରାଜିତ-୦୦
ଅତିରିକ୍ତ- (ବା-୧, ଏଲ୍‌ବି-୮, ୱାଇଡ୍‌-୯)-୧୮
ମୋଟ-(୪୯.୨ ଓଭର, ଅଲ୍‌ଆଉଟ୍‌)-୨୪୪
ୱିକେଟ୍‌ ପତନ: ୧/୪୫, ୨/୬୦, ୩/୧୧୦, ୪/୧୫୧, ୫/୧୭୯, ୬/୧୯୭, ୭/୨୨୪, ୮/୨୩୫, ୯/୨୪୪, ୧୦/୨୪୪।
ବୋଲି˚: ମ୍ୟାଟ୍‌ ହେନରି ୯.୨-୦-୪୭-୪, ଟ୍ରେଣ୍ଟ୍‌ ‌େବାଲ୍ଟ ୧୦-୦-୪୪-୨, ଲୁକି ଫର୍ଗୁସନ ୧୦-୦-୪୦-୧, କଲିନ ଡି’ଗ୍ରଣ୍ଢୋମ ୮-୦-୩୯-୧, ଜେମ୍ସ ନିସାମ ୨-୦-୨୪-୦, ମି‌େଚଲ ସାଣ୍ଟନର ୧୦-୧-୪୧-୧।
ନ୍ୟୁଜିଲାଣ୍ଡ: ୨୪୮/୮
ମାର୍ଟିନ ଗପ୍ଟିଲ-କ-ତମିମ-ବୋ-ସକିବ-୨୫
କଲିନ ମୁନ୍‌ରୋ-କ-ମିରାଜ-ବୋ-ସକିବ-୨୪
ୱିଲିୟମସନ୍‌-କ-ମୋସାଦେକ-ବୋ-ମିରାଜ-୪୦
ରସ୍‌ ଟେଲର-କ-ରହିମ-ବୋ-ମୋସାଦେକ-୮୨
ଟମ୍ ଲଥାମ-କ-ସୈଫୁଦ୍ଦିନ-ବୋ-ମିରାଜ- ୦୦
ଜେ ନିସାମ-କ-ସୌମ୍ୟ-ବୋ-ମୋସାଦେକ-୨୫
ସି ଗ୍ରାଣ୍ଡହୋମ୍‌-କ-ରହିମ-ବେ-‌େସୖଫୁଦ୍ଦିନ- ୧୫
ମିଚେଲ୍ ସାଣ୍ଟନର-ଅପରାଜିତ- ୧୭
ମ୍ୟାଟ୍ ହେନରି-ବୋ-ସୈଫୁଦ୍ଦିନ- ୦୬
ଲୋକି ଫର୍ଗୁସନ-ଅପରାଜିତ- ୦୪
ଅତିରିକ୍ତ- (ନୋ-୧, ୱା-୯)- ୧୦
ମୋଟ-(୪୭.୧ ଓଭର, ୮ ୱିକେଟ୍‌)- ୨୪୮
ୱିକେଟ୍‌ ପତନ: ୧/୩୫, ୨/୫୫, ୩/୧୬୦, ୪/୧୬୨, ୫/୧୯୧, ୬/୨୧୮, ୭/୨୧୮, ୮/୨୩୮। ବୋଲି˚: ମସରାଫ୍ ମୋର୍ତାଜା ୫-୦-୩୨-୦, ମେହିଦି ହାସନ୍ ମିରାଜ ୧୦-୦-୪୭-୨, ମୁସ୍ତାଫିଜୁର ରହମାନ୍‌ ୭.୧-୦-୪୮-୦, ସକିବ୍ ଅଲ୍ ହାସନ୍ ୧୦-୦-୪୭-୨, ମହମ୍ମଦ ସୈଫୁଦ୍ଦିନ୍‌ ୭-୦-୪୪-୨, ମୋସାଦେକ ହୋସେନ ୮-୦-୩୩-୨।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe