ମଙ୍ଗାନୁଇ: ପ୍ରଥମ ଦୁଇ ଦିନିକିଆ ଭଳି ତୃତୀୟ ମ୍ୟାଚ୍କୁ ମଧ୍ୟ ଘରୋଇ ନ୍ୟୁଜିଲାଣ୍ଡ୍-ଏ ଦଳ ହାରିଗଲା। ଫଳରେ ଭ୍ରମଣକାରୀ ଭାରତ-ଏ ୩-୦ରେ ଶୃଙ୍ଖଳା ପୋଛିନେଲା। ପ୍ରଥମ ମ୍ୟାଚ୍କୁ ୪ ଓ ଦ୍ବିତୀୟ ମ୍ୟାଚ୍କୁ ୫ ୱିକେଟ୍ରେ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିସାରିଥିବା ମନୀଷ ପାଣ୍ଡେଙ୍କ ନେତୃତ୍ବାଧିନ ଭାରତୀୟ-ଏ ଦଳ ମଙ୍ଗଳବାର ତୃତୀୟ ଦିନିକିଆକୁ ୭୫ ରନ୍ରେ ଜିତି ଶୃଙ୍ଖଳା ମୂଳପୋଛ କରିନେଲା। ବିଶେଷକରି ଅନ୍ମଲ୍ପ୍ରୀତ୍ ସିଂହ (୭୧)ଙ୍କ ଅର୍ଧଶତକ ଏବଂ ସିଦ୍ଧାର୍ଥ କୌଲଙ୍କ (୪/୩୭) ବୋଲିଂ ଚିତ୍ର ଭ୍ରମଣକାରୀ ଦଳ ପରାଜୟର କାରଣ ଥିଲା। ପୂରା ଶୃଙ୍ଖଳାରେ କୌଲ (ମୋଟ ୭) ସର୍ବାଧିକ ୱିକେଟ୍ ଦଖଲ କରିଥିଲା ବେଳେ ବିଜୟ ଶଙ୍କର (୧୮୮ ରନ୍) ସର୍ବାଧିକ ରନ୍ ସ୍କୋରର୍ ରହିଛନ୍ତି।
ଅନ୍ମଲ୍ପ୍ରୀତ୍ ସିଂହଙ୍କ ୭୧, ଅଙ୍କିତ ବାୱେଁଙ୍କ ୪୮, ବିଜୟ ଶଙ୍କରଙ୍କ ୪୨, ଈଶାନ୍ କୃଷ୍ଣନ୍ଙ୍କ ୩୯, ଅକ୍ଷର ପଟେଲଙ୍କ ୩୧ ଓ ଶ୍ରେୟସ ଆୟରଙ୍କ ୨୩ ରନ୍ ସହାୟତାରେ ଭାରତ ୮ ୱିକେଟ୍ ହରାଇ କରିଥିଲା ୨୭୫ ରନ୍। ରାନ୍ସେ ୪୯ ରନ୍ରେ ୩ ଓ ଫର୍ଗୁସନ୍ ୨୦ ରନ୍ରେ ୨ ୱିକେଟ୍ ପାଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ୍ ୪୪.୨ ଓଭରରେ ୨୦୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ସିଫର୍ଟ ୫୫, ମିଚେଲ୍ ୩୦, ରଦରଫୋର୍ଡ ୨୭ ଓ ରବୀନ୍ଦ୍ର ୨୧ ରନ୍ କରିଥିଲା ବେଳେ ସିଦ୍ଧାର୍ଥ କୌଲ ୪ ଓ କୃଷ୍ଣାପ୍ପା ଗୌତମ ୨ ୱିକେଟ୍ ନେଇ ଭାରତକୁ ୭୫ ରନ୍ର ସହଜ ବିଜୟ ଭେଟି ଦେଇଥିଲେ।
ତୃତୀୟ ଦିନିକିଆ ବି ହାରିଲା ନ୍ୟୁଜିଲାଣ୍ଡ୍-ଏ:ଭାରତ ୩-୦ରେ ଶୃଙ୍ଖଳା ପୋଛିନେଲା
Advertisment
Follow Us