ରୋନାଲ୍‌ଡୋଙ୍କୁ ଟପିଲେ ନେମାର

Advertisment
ରୋନାଲ୍‌ଡୋଙ୍କୁ ଟପିଲେ ନେମାର

ସାଇପାଲୋ: ବିଶ୍ବକପ୍ ବିଜୟୀ ବ୍ରାଜିଲୀୟ ଫୁଟ୍‌ବଲର୍‌ ରୋନାଲ୍‌ଡୋଙ୍କୁ ଯୁବ ତାରକା ନେମାର ଟପିଛନ୍ତି। ବ୍ରାଜିଲ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍ ଦେବାରେ ରୋନାଲ୍‌ଡୋଙ୍କୁ ହଟାଇ ୨୮ ବର୍ଷୀୟ ନେମାର ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହି ଐତିହାସିକ ସଫଳତା ସେ ମଙ୍ଗଳବାରର ପେରୁ ବିପକ୍ଷ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ହାସଲ କରିଛନ୍ତି। ବ୍ରାଜିଲ ୪-୨ ଗୋଲ୍‌ରେ ଜିତି ନେଇଥିବା ଏହି ମ୍ୟାଚ୍‌ରେ ନେମାର ଏକାକି ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହି କ୍ରମରେ ସେ ପ୍ରଥମେ ରୋନାଲ୍‌ଡୋଙ୍କ ସହ ସମକକ୍ଷ ହୋଇଥିଲେ ଏବଂ ପରେ ତାଙ୍କୁ ସଫଳତାର ସହ ଟପି ଯାଇଥିଲେ। ନେମାର ସଂପ୍ରତି ବ୍ରାଜିଲ ପାଇଁ ୧୦୩ ମ୍ୟାଚ୍‌ରୁ ୬୪ ଗୋଲ୍‌ କରିଛନ୍ତି। ଯାହା ରୋନାଲ୍‌ଡୋ ଦେଇଥିବା ଗୋଲ୍‌ଠାରୁ ୨ ଗୋଲ୍ ଅଧିକ। ଅନ୍ୟପକ୍ଷରେ ଅନ୍ୟତମ ବ୍ରାଜିଲୀୟ କିଂବଦନ୍ତି ପେଲେଙ୍କଠାରୁ ୧୩ଟି ଗୋଲ୍ କମ୍। ୨୦୧୦ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ନେମାର ନୂଆ କୀର୍ତ୍ତିମାନ କରିବା ପରେ ୯ ନମ୍ବର ଜର୍ସି ଧରି ଉତ୍ସବ ପାଳନ କରିଥ‌ିଲେ। ଏହା କରି ସବୁବେଳେ ୯ ନମ୍ବର ଜର୍ସି ପିନ୍ଧୁଥିବା ରୋନାଲ୍‌ଡୋଙ୍କୁ ନିଜ ସଫଳତା ଉତ୍ସର୍ଗ କରିଥିଲେ ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe