ନିକୋଲ୍‌ସଙ୍କ ଶତକ: ନ୍ୟୁଜିଲାଣ୍ଡ୍‌ ୨୯୪/୬

Advertisment
ନିକୋଲ୍‌ସଙ୍କ ଶତକ: ନ୍ୟୁଜିଲାଣ୍ଡ୍‌ ୨୯୪/୬

ୱେଲିଂଟନ୍‌ : ହେନ୍‌ରି ନିକୋଲ୍‌ସଙ୍କ ଅପରାଜିତ ଶତକ ସାଙ୍ଗକୁ ତିନିଟି ଅର୍ଧଶତକୀୟ ଭାଗୀଦାରୀ ବଳରେ ଘରୋଇ ନ୍ୟୁଜିଲାଣ୍ଡ୍‌ ଶୁକ୍ରବାରଠାରୁ ବେସିନ୍‌ ରିଜର୍ଭରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିବସରେ ୬ ୱିକେଟ୍‌ ବିନିମୟରେ ୨୯୪ ରନ୍‌ କରିଛି। ପ୍ରଥମ ଦିନ ୮୪ ଓଭର ଖେଳ ସମ୍ଭବ ହୋଇଥିଲା। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ଅନୁପସ୍ଥିତିରେ ଟମ୍‌ ଲାଥାମ୍‌ ଘରୋଇ ଦଳର ନେତୃତ୍ବ ଭାର ନେଇଛନ୍ତି।

ଟସ୍‌ ଜିତି ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ଦଳ ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଆମନ୍ତ୍ରଣ କରିଥିଲା। କଷ୍ଟକର ପିଚ୍‌ରେ କିନ୍ତୁ ଘରୋଇ ଦଳ ସକର୍ତତାର ସହ ପାଳି ଆରମ୍ଭ କରିଥିଲା। ଲାଥାମ୍‌ ଓ ୱିକେଟ୍‌ ରକ୍ଷକ ଟମ୍‌ ବ୍ଲଣ୍ଡେଲ ୩୧ ରନ୍ ଯୋଡ଼ିବା ପରେ ଲାଥାମ୍‌ ଓ ୱିଲ୍‌ ୟଙ୍ଗ୍ ଦ୍ବିତୀୟ ୱିକେଟ୍‌ରେ ୩୨ ରନ୍ ଯୋଡ଼ିଥିଲେ। ଏହାପରେ ଅଭିଜ୍ଞ ରସ୍‌ ଟେଲର (୯) ନିରାଶ କରିଥିଲେ। ତେବେ ୟଙ୍ଗ୍‌ ଓ ନିକୋଲ୍‌ସ ଚତୁର୍ଥ ୱିକେଟ୍‌ରେ ୭୦, ନିକୋଲ୍‌ସ-ବିଜେ ୱାଟ୍‌ଲିଙ୍ଗ୍‌ ପଞ୍ଚମ ୱିକେଟ୍‌ରେ ୫୫ ଏବଂ ନିକୋଲ୍‌ସ-ଡାରିଲ ମିଚେଲ ଷଷ୍ଠ ୱିକେଟ୍‌ରେ ୮୩ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ନିକୋଲ୍‌ସ (୧୧୭*) ଶତକ ପୂରଣ କରି ଅପରାଜିତ ରହିଥିଲା ବେଳେ ଦଳ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୨୯୪/୬ କରିଥିଲା। ଗତ ୧୩ ପାଳିରେ ଗୋଟିଏ ବି ଅର୍ଧଶତକ ହାସଲ କରିପାରିନଥିବା ନିକୋଲ୍‌ସଙ୍କ ଏହା ଥିଲା ଷଷ୍ଠ ଟେଷ୍ଟ୍‌ ଶତକ। ୫୦ତମ ଟେଷ୍ଟ୍‌ ଖେଳୁଥିବା ସାନନ୍‌ ଗାବ୍ରିଏଲ୍‌ (୩/୫୭) ଏବଂ ପଦାର୍ପଣକାରୀ ଚେମାର ହୋଲ୍‌ଡର (୨/୬୫) ୱେଷ୍ଟ୍‌ଇଣ୍ଡିଜ୍‌ ପକ୍ଷରୁ ସଫଳ ବୋଲର ରହିଥିଲେ। ଗାବ୍ରିଏଲ୍‌ ମଧ୍ୟ ୟଙ୍ଗ୍‌ଙ୍କୁ ଆଉଟ୍‌ କରି ୧୫୦ତମ ଟେଷ୍ଟ୍‌ ୱିକେଟ୍‌ କରାୟତ୍ତ କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୮୪ ଓଭରରେ ୨୯୪/୬ (ନିକୋଲ୍‌ସ-୧୧୭*, ବ୍ଲଣ୍ଡେ୍‌ଲ-୪୩, ମିଚେଲ-୪୨, ୱାଟ୍‌ଲିଙ୍ଗ୍‌-୩୦, ଲାଥାମ୍‌-୨୭, ଗାବ୍ରିଏଲ୍‌-୩/୫୭, ହୋଲ୍‌ଡର-୨/୬୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe