ନିକ୍ ହକ୍‌ଲେ କ୍ରିକେଟ୍ ଅଷ୍ଟ୍ରେଲିଆ ସିଇଓ

Advertisment
ନିକ୍ ହକ୍‌ଲେ କ୍ରିକେଟ୍ ଅଷ୍ଟ୍ରେଲିଆ ସିଇଓ

The Indian Express

ମେଲବର୍ଣ୍ଣ: ପ୍ରାୟ ଏକ ବର୍ଷ ଧରି ଅନ୍ତରୀଣ ଦାୟିତ୍ବରେ ରହିବା ପରେ ନିକ୍‌ ହକ୍‌ଲେଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରିଛି। ହକଲେଙ୍କ ଅଧୀନରେ କୋଭିଡ୍‌ ମହାମାରୀ ଭିତରେ ଗତ ଭାରତ-ଅଷ୍ଟ୍ରେଲିଆ ହାଇ ପ୍ରୋଫାଇଲ୍ ‌ଶୃଙ୍ଖଳା ଖେଳାଯାଇଥିଲା। ମହାମାରୀ କାରଣରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଆର୍ଥିକ ସଙ୍କଟ ଭିତରେ ଥିବାବେଳେ ଏହି ଶୃଙ୍ଖଳା ଆୟୋଜନ ଗୁରୁତ୍ବପୂର୍ଣ୍ଣ ଥିଲା। ଦେଶର କ୍ରିକେଟ୍ କ୍ୟାଲେଣ୍ଡର ପ୍ରଭାବିତ ହୋଇଥିବାବେଳେ ସେ ମଧ୍ୟ ଘରୋଇ ପ୍ରତିଯୋଗିତାକୁ ସଫଳତାର ସହ କରାଇଥିଲେ। ‌କେଭିନ୍ ରବର୍ଟସଙ୍କ ପରେ ସେ ଗତ ଜୁନ୍‌ ମାସରୁ ଦାୟିତ୍ବ ନେଇଥିଲେ।

‘‘କ୍ରିକେଟ୍ ଅଷ୍ଟ୍ରେଲିଆର ନେତୃତ୍ବ ନେବା ମୋ କର୍ମ ଜୀବନ ପାଇଁ ଏକ ବଡ଼ ସ‌ୌଭାଗ୍ୟ। ମୁଁ ଏହି ଖେଳ ପାଇଁ ସକରାତ୍ମକ ଅବଦାନ ରଖିବାକୁ ସଙ୍କଳ୍ପବଦ୍ଧ’’ ବୋଲି ହକ୍‌ଲେ ପ୍ରକାଶ କରିଛନ୍ତି। ବର୍ମିଂହାମରେ ବଢ଼ିଥିବା ହକଲେ ୨୦୧୫ ଆଇସିସି ଦିନିକିଆ ବିଶ୍ବକପ୍‌ (ଅଷ୍ଟ୍ରେଲିଆ), ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସ ଆୟୋଜନ ସମିତିରେ ବରିଷ୍ଠ ପଦାଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଇଂଲଣ୍ଡ ପାଇଁ ରଗ୍‌ବି ଖେଳିଥିବା ହକଲେ ୨୦୦୨ରୁ ୨୦୦୫ ମସିହା ମଧ୍ୟରେ କର୍ପୋରେଟ୍‌ ଫାଇନାନ୍ସରେ କ୍ୟାରିୟର୍ କରିବାକୁ ଅଷ୍ଟ୍ରେଲିଆ ଆସିଥିଲେ। ୨୦୨୦-୨୧ ଋତୁରେ ଅଷ୍ଟ୍ରେଲିଆରେ ଐତିହାସିକ ଆଇସିସି ମହିଳା ବିଶ୍ବକପ୍‌ ସହିତ ସଫଳତା ଋତୁର ସମାପନ କରିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆର ଅଧ୍ୟଧ ଏର୍ଲ ଏଡିଙ୍ଗ୍ସ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେ ଅଷ୍ଟ୍ରେଲିଆ ଓ ବିଶ୍ବର ଜଣେ ଶୀର୍ଷସ୍ଥାନୀୟ କ୍ରୀଡ଼ା ପ୍ରଶାସକ ବୋଲି ଅଭିହିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe