କ୍ରମାଗତ ୨ୟ ବର୍ଷ ପାଇଁ ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍

Advertisment
କ୍ରମାଗତ ୨ୟ ବର୍ଷ ପାଇଁ ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖତ ଜରିନ୍ ପୁଣି ଥରେ ଦେଶପାଇଁ ଗୌରବ ଆଣିଛନ୍ତି । ସେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ୫୦ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ ମ୍ୟାଚରେ ନିଖତ୍ ଜରିନ୍ ଭିଏତନାମର ବକ୍ସର ନୁଏନ୍ ଥି ଟାମଙ୍କୁ ୫-୦ ଗୋଲରେ ପରାସ୍ତ କରିଛନ୍ତି । ନିଖତଙ୍କର ଏହା କ୍ରମାଗତ ଦ୍ବିତୀୟ ବିଶ୍ବ ଚାମ୍ପିୟନସିପ୍ ଟାଇଟଲ୍। ଗତବର୍ଷ ସେ ବିଶ୍ୱ ଚାମ୍ପିୟନସିପରେ ୫୨ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥର ସେ ନିମ୍ନ ଓଜନ ବର୍ଗରେ ଭାଗ ନେଇ କ୍ରମାଗତ ଦ୍ବିତୀୟ ବିଶ୍ବ ଚାମ୍ପିୟନସିପ୍ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ।

ଗତବର୍ଷ ନିଖତ ଜରିନ୍ ବକ୍ସିଂ ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିବାରେ ପଞ୍ଚମ ଭାରତୀୟ ମହିଳା ହୋଇଥିଲେ। ଏଭଳି ସ୍ଥିତିରେ ସେ ଏମସି ମେରି କମଙ୍କ ପରେ ବିଶ୍ୱ ଚାମ୍ପିୟନସିପରେ ଗୋଟିଏରୁ ଅଧିକ ସ୍ୱର୍ଣ୍ଣ ଏବଂ କ୍ରମାଗତ ଦୁଇଟି ସ୍ୱର୍ଣ୍ଣ ଜିତିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି ।

ଶନିବାରଦିନ ଭାରତୀୟ ବକ୍ସର ନୀତି ଗନହାସ୍ ୪୮ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ଜିତି ବିଶ୍ବ ଚାମ୍ପିଅନ ହୋଇଥିଲେ । ସେ ୫-୦ ଗୋଲରେ ମଙ୍ଗୋଲିଆର ଲୁତସେଖାନ ଅଲଟାନସେତସେଗଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe