ଭୁବନେଶ୍ବର: ନିଖିଳ ଓଡ଼ିଶା ଚେସ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଥିରେ କଟକର ହର୍ଷିତ ରଞ୍ଜନ ସାହୁ ବିଜେତା ହୋଇଥିଲା ବେଳେ ଖୋର୍ଦ୍ଧାର ରାଜେନ୍ଦ୍ର କୁମାର ସାହୁ ଦ୍ବିତୀୟ ଏବଂ କଟକର ନିଲସୁ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏମାନଙ୍କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ବିଭିନ୍ନ ବୟସ ଗ୍ରୁପରେ ଆଦଭିକ ଆଦିତ୍ୟ ସ୍ୱାଇଁ, ସାର୍ଥକ ମହାନ୍ତି, ଜୟଦିତା ପାଢ଼ୀ, ପ୍ରତିସା ମିତ୍ର, ଐଶ୍ୱର୍ଯ୍ୟ ରାଉତ ବିଜେତା ହୋଇ ପୁରସ୍କୃତ ହୋଇଥିଲେ। ଓଡ଼ିଶା ଚେସ୍ ସଂଘ ଏବଂ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମି ମିଳିତ ଆନୁକୂଲ୍ୟରେ କେଟି ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us