ନିମାପଡ଼ା କପ୍‌: କ୍ରାଉନ୍‌ ବିଜେତା

Advertisment
ନିମାପଡ଼ା କପ୍‌: କ୍ରାଉନ୍‌ ବିଜେତା

ନିମାପଡ଼ା: ଭୁବନେଶ୍ୱରର କ୍ରାଉନ୍‌ ସ୍ପୋର୍ଟିଂ ନିମାପଡ଼ା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି। ବାରବାଟୀ ପଡ଼ିଆରେ ଚାଲିଥିବା ଏହି ନବମ ସର୍ବଭାରତୀୟ ପ୍ରତିଯୋଗିତାର ଫାଇନାଲ୍‌ରେ କ୍ରାଉନ ଅନ୍ୟତମ ଭୁବନେଶ୍ୱର ଦଳ ପ୍ରଗତି ସ୍ପୋର୍ଟିଂକୁ ୪୩ ରନ୍‌ରେ ହରାଇଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା କ୍ରାଉନ ସନ୍ଦୀପ ସେଠୀ (୬୧), ଦୀପ୍ତି ମିଶ୍ର (୫୧)ଙ୍କ ଅର୍ଧଶତକ ସାଙ୍ଗକୁ ଦେବରାଜ କରଙ୍କ ୪୬ ରନ୍‌ ସହୟତାରେ ୩୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୩୦ ରନ୍‌ କରିଥିଲା। ପ୍ରଗତି ସ୍ପୋର୍ଟିଂ ପକ୍ଷରୁ ପ୍ରଦୀପ ପ୍ରଧାନ ୪ ଓ୍ଵିକେଟ ନେଇଥିଲେ। ଜବାବରେ ପ୍ରଗତି ୨୭.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିପାରିଥିଲା। ସାନ୍ତନୁ ମିଶ୍ର ୫୩ ଓ ସୋମ୍ୟ ସୋରଭ କୁମାର ୪୦ ରନ୍‌ କରିଥିଲେ। ବିଜୟୀ ଦଳର କିଷାନ ରଥ ୬ ଓ୍ଵିକେଟ ଅକ୍ତିିଆର କରିଥିଲେ। କିଷାନ ରଥ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଖେଳ ପରିଚାଳନା କରିଥିଲେ ନିର୍ମଳ ମିଶ୍ର ଏବଂ ଏ ମିଶ୍ର। ସ୍କୋରର ଥିଲେ ବିଗ୍ନରାଜ ପାତ୍ର। ଉଦ୍‌ଯାପନୀ ଉସବରେ ବିଧାୟକ ସମୀର ଦାଶ ଏବଂ ଅଭିନେତ୍ରୀ ଅନୁ ଚୋଧୁରୀ ଯୋଗଦେଇ ବିଜେତା ଦଳକୁ ନଗଦ ୩୦ ହଜାର ଟଙ୍କା ସହ ନିମାପଡ଼ା କପ ଏବଂ ଉପବିଜେତା ଦଳକୁ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe