ନିମପୁର ସ୍ପୋର୍ଟ୍ସ କ୍ଲବ୍‌ରେ ଫିଜି ଫିଜିଓ

ନିମପୁର ସ୍ପୋର୍ଟ୍ସ କ୍ଲବ୍‌ରେ ଫିଜି ଫିଜିଓ

କଟକ: ଜଗତପୁରସ୍ଥିତ ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ କ୍ଲବ୍‌ରେ ପ୍ରଥମ ଥର ପାଇଁ ଜଣେ ବିଜେଶୀ ଫିଜିଓଙ୍କୁ ନିଯୁକ୍ତ କରାଯାଇଛି। ରଣଜୀ କ୍ରିକେଟର ରାଜେଶ ଧୂପରଙ୍କ ପରାମର୍ଶକ୍ରମେ ଫିଜି ଦ୍ୱୀପର କିଟିଓନ୍‌ କାରିକରି ଭୁଟିଙ୍କୁ ବାଙ୍ଗାଲୋରରୁ ନିମପୁରକୁ ଅଣାଯାଇଛି। ଗତ ୩ମାସ ଧରି ସେ ଏଠାରେ ସେ କ୍ଲବ୍‌ର ସମସ୍ତ ରାଜ୍ୟ କ୍ରିକେଟରଙ୍କ ଶାରୀରିକ ଦକ୍ଷତା ଦିଗରେ ଧ୍ୟାନ ଦେଉଥିବାବେଳେ କ୍ଲବ୍‌ ଓ ନିମପୁର ଏକାଡେମୀର ଅନ୍ୟାନ୍ୟ ଖେଳାଳିମାନେ ତାଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି। ଏଥିସହିତ ଖେଳାଳିମାନଙ୍କ ଓଜନ କମାଇବାରେ ସେ ବିଶେଷଜ୍ଞ ବୋଲି କ୍ଲବ୍‌ ସଭାପତି ବିଭୂ ଶତପଥୀ ସୂଚନା ଦେଇଛନ୍ତି। କ୍ଲବ୍‌ର ରାଜ୍ୟ କ୍ରିକେଟର ରାଜେଶ ଧୂପର, ଗିରିଜା ରାଉତ, ଅବିନାଶ ନାୟକ, ଆକାଶ ନାୟକ, ସୁମିତ ଶେଖର ମହାପାତ୍ରଙ୍କ ସହ ଅନ୍ୟ କ୍ରିକେଟରମାନେ ବ୍ୟକ୍ତିଗତ ଭାବେ ତାଙ୍କଠୁ ମନ୍ତ୍ରଣା ନେଉଛନ୍ତି। ୨୬ ବର୍ଷିୟ ଭୁଟି ଜଣେ ରଗ୍‌ବି ଖେଳାଳି ହୋଇଥିଲାବେଳେ ଫିଜିଓଥେରାପି ଉପରେ ଦକ୍ଷତା ରଖିଛନ୍ତି। ତେଣୁ ତାଙ୍କ ପରାମର୍ଶ କ୍ଲବ୍‌ ଓ ଅନ୍ୟ ଖେଳଳିମାନଙ୍କ ପାଇଁ ଉପାଦେୟ ହେବ ବୋଲି ସଭାପତି ବିଭୂ ଶତପଥୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe