ଭୁବନେଶ୍ବର: ହକିପ୍ରେମୀଙ୍କୁ ଶନିବାର ମିଳିଛି ବଡ଼ ଖୁସୀ ଖବର। କୋଭିଡ୍-୧୯ ମହାମାରୀ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିଲା ବେଳେ ଘରୋଇ ହକି ପଡ଼ିଆ ପୁନର୍ବାର ଚଳ ଚଞ୍ଚଳ ହେବାକୁ ଯାଉଛି। ଆସନ୍ତା ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ର ବିଳାଶପୁରଠାରେ ଚତୁର୍ଥ ସର୍ବଭାରତୀୟ ନବଭାରତ ଟ୍ରଫି ପୁରୁଷ ହକି ପ୍ରତିଯୋଗିତା ଆୟୋଜିତ ହେବ। କୋଭିଡ୍ ସଙ୍କଟ ପରେ ଦେଶର ଏହା ପ୍ରଥମ ହକି ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାର ରାଜିନ ଏକ୍କା ଅମ୍ପାୟାର ଏବଂ ନିଶାନଜ୍ୟୋତି ମହାନ୍ତି ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇବେ। ଉଭୟ ନିଶାନ ଏବଂ ରାଜିନ ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅମ୍ପାୟାର ତଥା ଅଧିକାରୀ ଦାୟିତ୍ବ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ସୁଯୋଗ ଲାଗି ସେମାନେ ହକି ଇଣ୍ଡିଆ ଏବଂ ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କୋଭିଡ୍ ପରର ପ୍ରଥମ ଘରୋଇ ହକିରେ ନିଶାନ, ରାଜିନ
Advertisment
Follow Us