ନୀତୀଶ ରାଣା କେକେଆର୍‌ର ନୂଆ ଅଧିନାୟକ

ନୀତୀଶ ରାଣା କେକେଆର୍‌ର ନୂଆ ଅଧିନାୟକ

କୋଲକାତା : ପିଠିରେ ଆଘାତ ଯୋଗୁଁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟସ ଆୟର ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ନୀତୀଶ ରାଣାଙ୍କୁ ଦଳର ନେତୃତ୍ବ ଦିଆଯାଇଛି। ଏହି ପଦବି ପାଇଁ ଶାର୍ଦୁଳ ଠାକୁର ଓ ସୁନୀଲ ନାରାୟଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବା ନେଇ ଚର୍ଚ୍ଚା ହେଉଥିଲା ବେଳେ ଶେଷରେ ନୀତୀଶଙ୍କ ଉପରେ ଦଳ ମୋହର ମାରିଛି। ନୀତୀଶଙ୍କ ଆପିଏଲ୍‌ ଅଭିଜ୍ଞତା ଓ ନିଜ ରାଜ୍ୟ ଦଳର ନେତୃତ୍ବ ନେଇଥିବା ଅଭିଜ୍ଞତା ଯୋଗୁଁ ଦଳ ତାଙ୍କ ଉପରେ ଭରସା ଦେଖାଇଛି। ମୁଖ୍ୟ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ଓ ସହଯୋଗୀଙ୍କ ଅଧିନରେ ନୀତୀଶଙ୍କୁ ସବୁପ୍ରକାରର ସମର୍ଥନ ଯୋଗାଇ ଦିଆଯିବ ବୋଲି ଦଳ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ନୀତୀଶ ପୂର୍ବରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦିଲ୍ଲୀର ନେତୃତ୍ବ ନେଇଥିଲେ। ହେଲେ ଲାଲ ବଲ୍‌ରେ ଖରାପ ପ୍ରଦର୍ଶନକୁ ଦେଖି ରଣଜୀ ଟ୍ରଫି ଦଳରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ନୀତୀଶ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୧୨ ମ୍ୟାଚ୍‌ରେ ଦଳର ନେତୃତ୍ବ ନେଇଛନ୍ତି। ଯେଉଁଥିରୁ ୮ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଥିଲା। ୨୦୧୮ ସଂସ୍କରଣରେ ନୀତୀଶଙ୍କୁ ପ୍ରଥମ ଥର କେକେଆର୍‌ ଦଳରେ ସାମିଲ କରିଥିଲା। ‌ଏହି ଦଳ ପାଇଁ ସେ ୭୪ ମ୍ୟାଚ୍‌ ଖେଳିସାରିଥିଲା ବେଳେ ୧୩୫.୬୧ ଷ୍ଟ୍ରାଇକ୍‌ ରେଟ୍‌ରେ ୧୭୪୪ ରନ୍‌ ସଂଗ୍ରହ କରିଛନ୍ତି। କେକେଆର୍‌ ଚଳିତ ସଂସ୍କରଣରେ ତାହାର ପ୍ରଥମ ମ୍ୟାଚ୍‌ ଏପ୍ରିଲ୍‌ ୧ ତାରିଖରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe