ଘରୋଇ ଋତୁ ପାଇଁ ନାହିଁ ବିକଳ୍ପ ଯୋଜନା, ଗତ ଋତୁରେ ହୋଇଥିଲା ୨୦୩୫ ମ୍ୟାଚ୍‌

Advertisment

ତଥାପି ଅଧିକରୁ ଅଧିକ ମ୍ୟାଚ୍ ଆୟୋଜନ ଲାଗି ପ୍ରୟାସ କରିବୁ: କରିମ

ତଥାପି ଅଧିକରୁ ଅଧିକ ମ୍ୟାଚ୍ ଆୟୋଜନ ଲାଗି ପ୍ରୟାସ କରିବୁ: କରିମ

ଘରୋଇ ଋତୁ ପାଇଁ ନାହିଁ ବିକଳ୍ପ ଯୋଜନା, ଗତ ଋତୁରେ ହୋଇଥିଲା ୨୦୩୫ ମ୍ୟାଚ୍‌

ମୁମ୍ବାଇ: କରୋନା ମାଡ଼ ପାଇଁ ଘରୋଇ କ୍ରିକେଟ୍ ଋତୁ ନିର୍ଧାରିତ ସମୟ (ଅଗଷ୍ଟ ମାସ)ରେ ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଠି ହୋଇଛି। ବିସିସିଆଇ କିନ୍ତୁ ପ୍ରତୀକ୍ଷିତ ୨୦୨୦-୨୧ ଘରୋଇ କ୍ରିକେଟ୍ ଋତୁ ଲାଗି ଏପର୍ଯ୍ୟନ୍ତ କୌଣସି ବିକଳ୍ପ ଯୋଜନା କରି ନାହିଁ। ତେବେ ଯେତିକି ବି ସମୟ ମିଳିବ, ତା ମଧ୍ୟରେ ଅଧିକରୁ ଅଧିକ ମ୍ୟାଚ୍ ଆୟୋଜନ କରିବାକୁ ଚେଷ୍ଟା କରାଯିବ ବୋଲି ବିସିସିଆଇ ମହାପ୍ରବନ୍ଧକ (କ୍ରିକେଟ୍‌ ପରିଚାଳନା) ତଥା ପୂର୍ବତନ ଅନ୍ତର୍ଜାତୀୟ ୱିକେଟ୍ ରକ୍ଷକ ସବା କରିମ କହିଛନ୍ତି। '' ଆମ ପାଖରେ ଏବେ କୌଣସି ଦୃଢ଼ ବିକଳ୍ପ ବ୍ୟବସ୍ଥା ନାହିଁ। ଅଗଷ୍ଟ ଆସିବାକୁ ଆହୁରି କିଛି ସମୟ ଅଛି। ଆମେ ଏବେ କେବଳ ଗୋଟିଏ ମାସ କଥା ଚିନ୍ତା କରୁଛୁ। ସେହି ଅନୁସାରେ ଯୋଜନା କରୁଛୁ। ଯେତେବେଳେ ସମୟ ଆସିବ, ସେତେବେଳେ ସେ କଥା ଚିନ୍ତା କରାଯିବ'' ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୯-୨୦ ଘରୋଇ ଋତୁ ଅଗଷ୍ଟ ମାସର ଦଲୀପ ଟ୍ରଫିରୁ ଆରମ୍ଭ ହୋଇଥିଲା। ଯାହା ଗତ ମାସର ରଣଜୀ ଫାଇନାଲରେ ଆଗୁଆ ଶେଷ ହୋଇଥିଲା। ରଣଜୀ ଟ୍ରଫିର ମାତ୍ର ଚାରି ଦିନ ପରେ ଆରମ୍ଭ ହେବାକୁ ଥିବା ଈରାନୀ ଟ୍ରଫିରେ ଋତୁ ‌ଶେଷ ହେବାର ଥିଲା। ହେଲେ କରୋନା ମହାମାରୀ ପାଇଁ ଈରାନୀ ଟ୍ରଫିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରି ଦିଆଯାଇଥିଲା। ବହୁ ଚର୍ଚିତ ଟ୍ବେଣ୍ଟି-୨୦ ଲିଗ୍ 'ଆଇପିଏଲ୍‌'ର ଚଳିତ ସଂସ୍କରଣକୁ ମଧ୍ୟ ବିସିସିଆଇ କରୋନା ଆତଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରି ଦେଇଛି। ଏହା ସେପ୍ଟେମ୍ବର ମାସରେ ଖେଳାଯିବାର ଆଶା ଅଛି। ଏଭଳି ‌ହେଲେ ଆଇପିଏଲ୍ ଓ ଘରୋଇ ଋତୁ ସାମନ୍ତରାଳ ଭାବେ ଚାଲିବ। ଏ ପର୍ଯ୍ୟନ୍ତ କିନ୍ତୁ ଆଇପିଏଲ୍ ଚାଲୁଥିଲା ବେ‌ଳେ କୌଣସି ଘରୋଇ ପ୍ରତିଯୋଗିତା ଖେଳାଯିବାର ପରମ୍ପରା ନାହିଁ। ସେଥିପାଇଁ ଚଳିତ ବର୍ଷ ବିସିସିଆଇ ଅଡ଼ୁଆରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ବିଷୟରେ କରିମଙ୍କ ଧ୍ୟାନ ଆକର୍ଷଣ କରାଯିବା ପରେ ସଂପ୍ରତି ଏଥିନେଇ କୌଣସି ସ୍ପଷ୍ଟ ସୂଚନା ଦେବା ସହଜ ନୁହେଁ ବୋଲି ସେ କହିଥିଲେ। ସବୁକିଛି କରୋନା ସ୍ଥିତି ଉପରେ ନିର୍ଭର କରିବ ବୋଲି ସ୍ପଷ୍ଟ କରି ଦେଇଥିଲେ। ସ୍ଥିତି ଧୀରେଧୀରେ ସୁଧୁରିଯିବ ବୋଲି ଆଶା ପ୍ରକାଶ କରି କରିମ କହିଥିଲେ ଯେ ଏବେ ଆମେ ସମସ୍ତଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଉଛୁ। ଆସନ୍ତା ସମୟରେ ସବୁକିଛି ଠିକ୍ ହୋଇଯିବାର ସକାରାତ୍ମକ ଚିନ୍ତାଧାରା ରଖିଛୁ। ଆମେ କିନ୍ତୁ ପରିସ୍ଥିତିରୁ ଅଧିକରୁ ଅଧିକ ଫାଇଦା ଉଠାଇବାକୁ ଚେଷ୍ଟ କରିବୁ। ଯେତିକି ବି ସମୟ ମିଳିବ ସେଥିରେ ଆମେ ଅଧିକରୁ ଅଧିକ ମ୍ୟାଚ୍ ‌ଖେଳିବାକୁ ବ୍ୟବସ୍ଥା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe