ଦ୍ବିପାକ୍ଷିକ ସିରିଜ୍‌କୁ ନା, ବହୁଦଳୀୟ ଟୁର୍ଣ୍ଣାମେଣ୍ଟକୁ ହଁ

କ୍ରୀଡ଼ା ମନ୍ତ୍ରାଳୟ ଏସିଆ କପ୍ ଖେଳିବାରୁ ଭାରତ-ପାକିସ୍ତାନକୁ ରୋକାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛି।ଭାରତ ଏବଂ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ସିରିଜ୍ ଇଭେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ।

New Project (13)

ନୂଆଦିଲ୍ଲୀ: ବିସିସିଆଇ ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରିସାରିଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ଥିବା ବେଳେ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଛି। ହେଲେ ଓପନିଂ ବ୍ୟାଟସମ୍ୟାନ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଳରୁ ବାଦ ଦିଆଯାଇଛି।

ଅନ୍ୟପକ୍ଷରେ, ପାକିସ୍ତାନ ଏସିଆ କପ୍ ୨୦୨୫ ପାଇଁ ତା'ର ୧୭ଜଣିଆ ଦଳ ଘୋଷଣା କରିଛି। ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଭାରତ-ପାକିସ୍ତାନ ସେପ୍ଟେମ୍ବର ୧୪ରେ ପରସ୍ପରକୁ ଭେଟିବେ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ଭାରତ ଏବଂ ପାକିସ୍ତାନ ଉଭୟ ଦଳ ସେମାନଙ୍କର ନିଜ ନିଜ ଦଳ ଘୋଷଣା କରିସାରିଛନ୍ତି। ତେବେ ଟିମ୍ ଘୋଷଣା ହେବା ପୂର୍ବରୁ ଭାରତ, ପାକିସ୍ତାନ ସହ ଖେଳିବନି ବୋଲି ଭାବି ବସିଥିଲେ ଦେଶବାସୀ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ସ୍ବରୂପ ବିସିସିଆଇ ପାକିସ୍ତାନ ସହ ଖେଳିବାକୁ ମନା କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଭାରତ-ପାକିସ୍ତାନ ଖେଳିବା ନେଇ ସ୍ପଷ୍ଟ ହେବା ପରେ ଲୋକେ ବିସିସିଆଇକୁ ବଏକଟ୍ କରିବାକୁ ଦାବି କରିଛନ୍ତି। 

ଏମଧ୍ୟରେ କ୍ରୀଡ଼ା ମନ୍ତ୍ରାଳୟ ଏସିଆ କପ୍ ଖେଳିବାରୁ ଭାରତ-ପାକିସ୍ତାନକୁ ରୋକାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛି।ଭାରତ ଏବଂ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ସିରିଜ୍ ଇଭେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ। କିନ୍ତୁ ଭାରତୀୟ କ୍ରିକେଟ ଦଳକୁ ଆଗାମୀ ବହୁରାଷ୍ଟ୍ରୀୟ ଏସିଆ କପରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ବୋଲି ‌ଖେଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ଭାରତ ସରକାର ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରୀଡାରେ ଭାରତ ସାମିଲ ନହେବା ନେଇ ସ୍ଥିର କରିସାରିଛନ୍ତି। ତେଣୁ ଭାରତ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳିବ ନାହିଁ। ହେଲେ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ; ଯେମିତିକି ବିଶ୍ବକପ ଓ ଅଲିମ୍ପିକ୍ସ ଭଳି ଖେଳ ଭାରତ, ପାକିସ୍ତାନ ସହିତ ଖେଳିପାରିବ, ଯେଉଁଠାରେ ଉଭୟ ଦେଶ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରଶାସନିକ ସଂସ୍ଥାର ଅଧିନରେ ଅଂଶଗ୍ରହଣ କରନ୍ତି। ଏହି ଟୁର୍ଣ୍ଣାମେଣ୍ଟଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହୁଏ।

Asia Cup-2025 | Sports Ministry 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe