ଗାଙ୍ଗୁଲିଙ୍କ ସିଧା କଥା : ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ୍ ହେବା ସମ୍ଭାବନା ନାହିଁ

Advertisment
ଗାଙ୍ଗୁଲିଙ୍କ ସିଧା କଥା : ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ୍ ହେବା ସମ୍ଭାବନା ନାହିଁ

Hindustan Times

ମୁମ୍ବାଇ : ଜର୍ମାନୀ ଓ ଭାରତ ସମାନ ନୁହଁନ୍ତି। ଦୁଇ ଦେଶର ସାମାଜିକ ଚଳଣୀ ଅଲଗା। ୟୁରୋପୀୟ ଦେଶ ଗୁଡ଼ିକରେ ଖାଲି ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜିତ ହେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଭାରତରେ ଏହା ସମ୍ଭବ ନୁହେଁ। ଭାରତରେ

ନିକଟ ଭବିଷ୍ୟତରେ କୌଣସି କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ ହେବାର ସମ୍ଭାବନା ବି ନାହିଁ। ଆମର ମୁଖ୍ୟ ଲକ୍ଷ୍ୟ ହେଲା ସମସ୍ତେ ସୁସ୍ଥ ରହୁନ୍ତୁ। ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଓ ପ୍ରଶଂସକଙ୍କ ସ୍ବାସ୍ଥ୍ୟକୁ ନେଇ ଆମେ ଖେଳିପାରିବୁନି। ଆସନ୍ତା କିଛି ମାସ ମଧ୍ୟରେ ଆଇପିଏଲ୍‌ ଅନ୍ୟକୌଣସି ଦେଶରେ ଆୟୋଜିତ ହେବାର ଆଶା ମଧ୍ୟ କମ୍‌। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକଥା କହିଛନ୍ତି। ଜର୍ମାନୀର ବୁନ୍ଦେସ୍‌ଲିଗା ଫୁଟ୍‌ବଲ୍‌ ପ୍ରତିଯୋଗିତା ବିନା ଦର୍ଶକରେ ମେ' ମାସରୁ ଆରମ୍ଭ ହେବ ବୋଲି ଖବର ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଗାଙ୍ଗୁଲି ଏଭଳି କହିଛନ୍ତି। ତା' ସହ କରୋନା ଜନିତ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଖାଲି ଷ୍ଟାଡିୟମରେ ଆଇପିଏଲ୍ କିମ୍ବା ଅନ୍ୟ କୌଣସି ପ୍ରତିଯୋ‌ଗିତା ଆୟୋଜନ ନେଇ ସୃଷ୍ଟି ହୋଇଥିବା କଳ୍ପନା ଜଳ୍ପନାରେ ଅବସାନ ଘଟିଛି। ଗାଙ୍ଗୁଲିଙ୍କ ପୁରୁଣା ସାଥୀ ହରଭଜନ ସିଂହ କହିଛନ୍ତି ଯେ ଭାରତୀୟ ପ୍ରଶଂସକ କେବଳ ଷ୍ଟାଡିୟମ୍‌ରେ ଉପସ୍ଥିତ ରୁହନ୍ତିନି। ଆଇପିଏଲ୍ ଦଳର ଗସ୍ତ ବେଳେ ସେମାନେ ଷ୍ଟାଡିୟମ୍ ବାହାରେ, ବିମାନ ବନ୍ଦର ଓ ହୋଟେଲ ନିକଟରେ ଭିଡ଼ ଜମାଇଥାନ୍ତି। ସାମାଜିକ ଦୂରତା ଲାଗି ଯଦି ଖାଲି ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନ ହୁଏ ତେବେ ପ୍ରଶଂସକମାନଙ୍କୁ ଏସବୁ ସ୍ଥାନରେ ଅଟକାଇ ହେବନି। କରୋନା ଟିକା ନ ବାହାରିବା ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତା କଥା ଚିନ୍ତା ନକରିବା ଭଲ ବୋଲି ହରଭଜନ କହିଛନ୍ତି। ଚେପକ୍‌ରେ ଅଭ୍ୟାସ ଚାଲୁଥିବା ବେଳେ ଭିଡ଼ ଯେପରି ଥିଲା ତାହାକୁ ଦେଖିଲେ କେବେ ଖାଲି ଷ୍ଟାଡିୟମ୍‌ରେ ମ୍ୟାଚ୍‌ କଥା ଚିନ୍ତା କରି ହେବନି। ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବାରେ ପ୍ରଶଂସକକୁ ଅଟକାଇ ପାରିବ। ହେଲେ ବାହାରେ ସେମାନଙ୍କୁ ନିୟନ୍ତ୍ରଣ କରି ହେବନି। ମ୍ୟାଚ୍‌ ନହେଲେ ଆର୍ଥିକ କ୍ଷତି ହେବା ନିଶ୍ଚିତ। କିନ୍ତୁ ଆମକୁ ଏବେ ବଞ୍ଚିବାକୁ ହେବ ବୋଲି ଚେନ୍ନାଇ ସୁପରକିଙ୍ଗ୍ସ ସିଇଓ ‌କେଏସ୍‌ ବିଶ୍ୱନାଥନ କହିଛନ୍ତି। ସେପଟେ ଟ୍ବେଣ୍ଟି-୨୦ ବିଶ୍ବକପ୍ ନେଇ ଆଇସିସି ନିୟମିତ ବିଶେଷଜ୍ଞ ଓ ହିତାଧିକାରୀଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା କରୁଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସୱାନୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe