ପାକିସ୍ତାନୀ ଅଧିନାୟକ ଫାତିମାଙ୍କ ସହ ହାତ ମିଳାଇଲେନି ହରମିନପ୍ରୀତ

ଆଇସିସି ମହିଳା କ୍ରିକେଟ୍‌ ବିଶ୍ବକପ୍‌-୨୦୨୫ରେ ଭାରତୀୟ ଟିମ୍‌ ନିଜର ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ଭେଟିଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମ୍‌ଦାସା ‌ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

ck

କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମହିଳା କ୍ରିକେଟ୍‌ ବିଶ୍ବକପ୍‌-୨୦୨୫ରେ ଭାରତୀୟ ଟିମ୍‌ ନିଜର ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ଭେଟିଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମ୍‌ଦାସା ‌ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ବ୍ୟାଟିଂ ଜାରି ରଖିଛି। 

ଏହି ମୁକାବିଲାରେ ଟସ୍‌ ସମୟରେ ପୁଣି ଥରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟ ଭାରତ ଓ ପାକିସ୍ତାନର ଅଧିନାୟକ ହାତ ମିଳାଇ ନଥିଲେ। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ନିଜର ପାକିସ୍ତାନ ସମକକ୍ଷ ଫାତିମା ସହିତ ହାତ ମିଳାଇ ନଥିଲେ। ଏହା ପୂର୍ବରୁ ଏସିଆ କପ୍‌-୨୦୨୫ରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା, ଯାହାକୁ ନେଇ ବିଶ୍ବରେ ଚର୍ଚ୍ଚା ହେଉଛି। ସେହି ସମୟରେ ଭାରତୀୟ ଖେଳାଳିମାନେ ୩ଟି ମ୍ୟାଚ୍‌ରେ ପାକିସ୍ତାନୀ ଖେଳାଳିମାନଙ୍କର ସହିତ ହାତ ମିଳାଇ ନଥିଲେ। 

ଟସ୍‌ ସମୟରେ ପୁଣି ଥରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟ ଭାରତ ଓ ପାକିସ୍ତାନର ଅଧିନାୟକ ହାତ ମିଳାଇ ନଥିଲେ। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ନିଜର ପାକିସ୍ତାନ ସମକକ୍ଷ ଫାତିମା ସହିତ ହାତ ମିଳାଇ ନଥିଲେ।

ପ୍ରଥମେ ବ୍ୟାଟିଂ କରି ଭାରତ ୧୩ ଓଭର ଖେଳ ସମାପ୍ତି ପରେ ଗୋଟିଏ ୱିକେଟ୍‌ ହରାଇ ୫୭ ରନ୍‌ ସଂଗ୍ରହ କରିଛି। ପ୍ରାରମ୍ଭିକ ବ୍ୟାଟର ପ୍ରତିକା ରାଓଲ ଓ ହର୍ନିଲ ଦେଓଳ ବ୍ୟାଟିଂ ଜାରି ରଖିଛନ୍ତି। ବିସ୍ଫୋରକ ବ୍ୟାଟର ସ୍ମୁତି ମନ୍ଧାନା ପ୍ରଥମେ ପାକିସ୍ତାନର ଶିକାର ହୋଇଛନ୍ତି। ସେ ପଡ଼ିଆ ଛାଡ଼ିବା ପୂର୍ବରୁ ଫତିମା ସାନାଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ଆଉଟ୍‌ ହୋଇଛନ୍ତି। ମନ୍ଧାନା ୩୨ଟି ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଚୌକା ସାମିଲ ଥିଲା।

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଚିବ ଦେବଜୀତ ସୌକିଆ ପୂର୍ବରୁ ସ୍ପଷ୍ଟ କରିଦେଇଥିଲେ ଯେ, ବୋର୍ଡ ତରଫରୁ ଖେଳାଳିମାନଙ୍କୁ ପାକିସ୍ତାନ ଟିମ୍‌ ସହିତ ହାତ ମିଳାଇବାକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ପଲିସିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଖେଳାଳିମାନଙ୍କୁ ହାତ ମିଳାଇବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।‌ ଖେଳ ଉପରେ ଆମର ନଜର ରହିବ। 

Cricket | India | pakistan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe