ଅବସର ଯୋଜନା ନାହିଁ; ୨୦୨୧ ଆଇପିଏଲ୍‌ ‌ଖେଳିବେ ଧୋନି

Advertisment
ଅବସର ଯୋଜନା ନାହିଁ; ୨୦୨୧ ଆଇପିଏଲ୍‌ ‌ଖେଳିବେ ଧୋନି

ଚେନ୍ନାଇ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଙ୍ଗଳବାର ଧୋନିଙ୍କ ଆନ୍ତର୍ଜାତିକ ଜୀବନ ନେଇ କଳ୍ପନାଜଳ୍ପନା କରନାହିଁ, ବରଂ ଆଇପିଏଲ୍‌ ପର୍ଯ୍ୟନ୍ତ ଅପେକ୍ଷା କର ବୋଲି ସ୍ପଷ୍ଟ କରିବାର ଦିନକ ପରେ ଧୋନିଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ମୁହଁ ଖୋଲିଛି। ଧୋନିଙ୍କର ତୁରନ୍ତ କୌଣସି ଅବସର ଯୋଜନା ନାହିଁ। ସେ କେବଳ ଆଗାମୀ ଆଇପିଏଲ୍‌ ନୁହେଁ, ୨୦୨୧ ଆଇପିଏଲ୍‌ ମଧ୍ୟ ‌ଖେଳିବେ ବୋଲି ଚେନ୍ନାଇ ସୁପର କିଙ୍ଗ୍‌ସ କହିଛି। ୨୦୨୦ ଆଇପିଏଲ୍‌ ଧୋନିଙ୍କ ଶେଷ ନୁହେଁ, ସେ ମଧ୍ୟ ୨୦୨୧ରେ ଖେଳିବେ ବୋଲି ତାଙ୍କ ଫ୍ରାଞ୍ଚାଇଜ୍‌ ମାଲିକଙ୍କୁ କହିଥିବା ଏହି ସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of Hindustan Times

୨୦୨୧ ଆଇପିଏଲ୍‌ ପୂର୍ବରୁ ମହାନିଲାମି ହେବ ଏବଂ ଧୋନି ସେହି ସଂସ୍କରଣ ମଧ୍ୟ ଖେଳିବାକୁ ରାଜି ବୋଲି ଆମକୁ କହିଥିବା ଫ୍ରାଞ୍ଜାଇଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବିଶେଷକରି ଟ୍ବେଣ୍ଟି-୨୦ କ୍ରିକେଟ୍‌ରୁ ଧୋନିଙ୍କର ଏବେ ଅବସର ନେବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଧୋନିଙ୍କୁ ୧୫ କୋଟି ଟଙ୍କାରେ କିଣିଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ୨୦୨୧ ସଂସ୍କରଣ ପାଇଁ ତାଙ୍କୁ ରଖିବାକୁ ଚାହୁଁଥିଲା ବେଳେ ଧୋନି କିନ୍ତୁ ତାଙ୍କୁ ନିଲାମକୁ ଛାଡ଼ି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏପରିକି ରାଇଟ୍‌-ଟୁ-ମ୍ୟାଚ୍‌-କାର୍ଡ ବ୍ୟବହାର କରି ତାଙ୍କୁ କିଣିପାରିବ ବୋଲି ଧୋନି ପ୍ରସ୍ତାବ ବାଢ଼ିଥିଲେ। ହେଲେ ଚେନ୍ନାଇ ଫ୍ରାଞ୍ଚାଇଜ୍‌ ତାଙ୍କୁ ଆଦୌ ଛାଡ଼ିବାକୁ ନାରାଜ ବୋଲି ଜଣାଇ ଦେଇଛି। କେବଳ ସେତିକି ନୁହେଁ, ଧୋନି ଯଦି ଅବସର ନେଇଯାଆନ୍ତି, ତେବେ ବି ସେ ଚେନ୍ନାଇ ସୁପର କିଙ୍ଗ୍‌ସର ସବୁବେଳ ପାଇଁ ଉପଦେଷ୍ଟା ରହିବେ ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ଇତି ମଧ୍ୟରେ ଧୋନି ମଧ୍ୟ ୨୦୨୦ ଆଇପିଏଲ୍‌ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe