ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ନେଇ କୌଣସି ଯୋଜନା ନାହିଁ : ପିସିବି

Advertisment
ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ନେଇ କୌଣସି ଯୋଜନା ନାହିଁ : ପିସିବି

କରାଚି: ଭାରତ ଓ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ କ୍ରିକେଟ ସିରିଜ ଦେଖିବାକୁ କ୍ରିକେଟପ୍ରେମୀମାନେ ଅନେକ ଦିନ ହେଲା ଅପେକ୍ଷା କରିରହିଛନ୍ତି । ଉଭୟ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି କିନ୍ତୁ ନିକଟ ଭବିଷ୍ୟତରେ ଦ୍ୱିପାକ୍ଷିକ ଶୃଙ୍ଖଳାର କୌଣସି ସମ୍ଭାବନା ନାହିଁ ।

ଭାରତ ବିପକ୍ଷରେ ବିଦେଶରେ ଟି-୨୦ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପ୍ରସ୍ତାବ ଦେଇନାହିଁ ଏବଂ ଚାମ୍ପିୟନ୍ସ ଟ୍ରଫିସୁରୁଖୁରୁରେ ଆୟୋଜନ ଉପରେ ଏହାର ଫୋକସ୍ ରହିଛି।

ପିସିବି ଅଧ୍ୟକ୍ଷ ମୋହସିନ ନକଭି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧିକାରୀଙ୍କ ସହ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ କୌଣସି ବିଦେଶୀ ଭେନ୍ୟୁରେ ଟି-୨୦ ଶୃଙ୍ଖଳା ଆୟୋଜନ କରିବା ନେଇ ଆଲୋଚନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। ବର୍ତ୍ତମାନ ଆମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଚାମ୍ପିୟନ୍ସ ଟ୍ରଫିକୁ ଠିକ୍ ଭାବରେ ଆୟୋଜନ କରିବା ଏବଂ ଆମର ଏକ ପୂର୍ଣ୍ଣ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଅଛି ବୋଲି ପିସିବି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe